ଆସନ୍ତା ୧୭ରୁ ବନ୍ଦ ହେବ ଏମ୍ସ ଓପିଡି

ଭୁବନେଶ୍ୱର ସ୍ଥିତ ଏମ୍ସ ରେ ଆସନ୍ତା ୧୭ରୁ ବନ୍ଦ ହେବ ଓପିଡି ସେବା ।ଏ ନେଇ ଭୁବନେଶ୍ୱର ଏମ୍ସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ କରୋନା ଭୟଙ୍କର ଭାବରେ ନିଜର କାୟା ବିସ୍ତାର କରିଚାଲିଛି I ଏହା ସହିତ ରାଜ୍ୟରେ ଲଗାତାର ୩ ଦିନ ଧରି ସଂକ୍ରମିତ ଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି I ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍‌ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ସେହି ଅନୁସାରେ ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଓପିଡିକୁ ବାନ୍ଦ ରଖିବାକୁ ପଦକ୍ଷେପ ନିଆଯାଇଛି । ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରିକାଳୀନ ସେବା ଚାଲୁ ରହିବ । କିନ୍ତୁ ରୋଗୀ ସେବାରେ କୌଣସି ବ୍ୟାଘାତ ହେବ ନାହିଁ ।

Comments (0)
Add Comment