ଏମଏସପି ମ୍ବନ୍ଧରେ ଆଇନ ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ :ରାକେଶ ଟିକାୟତ

ଧାନ ର ସର୍ବନିମ୍ନ ମୂଲ୍ୟ (ଏମଏସପି) ସମ୍ବନ୍ଧରେ ଆଇନ ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଶେଷ କରିବାର କୌଣସି ଯୋଜନା ନାହିଁ ବୋଲି କୃଷକ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି I
କୃଷି ଆଇନ ବିରୁଦ୍ଧରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର ଆରମ୍ଭ କରିଥିବା କୃଷକ ଆନ୍ଦୋଳନ କୁ ଏକ ବର୍ଷ ହେବାକୁ ଯାଉଛି । କିନ୍ତୁ ସର୍ବନିମ୍ନ ମୂଲ୍ୟ କୁ ନେଇ ଆଇନ ପ୍ରଣୟ ନ ହେବା ଯାଏ ଏହି ଆନ୍ଦୋଳନ ଚାଲୁ ରହିବ I
ରାକେଶ ଟିକାୟତ ମଞ୍ଚରୁ ଘୋଷଣା କରିଛନ୍ତି ଯେ ଏମଏସପି ସମ୍ବନ୍ଧରେ ଏକ ଆଇନ ପ୍ରସ୍ତୁତ କରିବାକୁ ପଡିବ। ସେ ସ୍ପଷ୍ଟ କରିଛନ୍ତି ଯେ ନଭେମ୍ବର ୨୯ ରେ ଆମେ ଟ୍ରାକ୍ଟର ନେଇ ଦିଲ୍ଲୀ ଯିବା। ରାସ୍ତା ଖୋଲା ରହିଲେ ଏକ ଥରେ ୫୦୦ କୃଷକ ଟ୍ରାକ୍ଟର ଯୋଗେ ଦିଲ୍ଲୀ ଯିବେ। ସେହିପରି ଟିକାୟତ ଚାଷୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ୧୦ ଦିନ ପାଇଁ ପ୍ରସ୍ତୁତ ହୋଇ ଯିବା କୁ ଏମଏସପି କୁ ନେଇ ଆଇନ ପ୍ରଣୟନ ହେବାପରେ ଯାଇ ଘରକୁ ଫେରିବ ନହେଲେ ବିଜେପି ତରଫରୁ କୁହାଯିବ ‘ କାନୁନ ୱାପସି ତୋ ଘର ୱାପସି’ I
ରାକେଶ ଟିକାୟତ ଏହା ମଧ୍ୟ କହିଛନ୍ତି ଯେ କେହି ଆପଣଙ୍କୁ ବିଚଳିତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କୁ ପ୍ରସ୍ତୁତ ହେବାକୁ ପଡିବ I ଆମକୁ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ I
ତାଙ୍କର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ରାକେଶ ଟିକାଇଟ୍ କହିଛନ୍ତି ଯେ ଆସନ୍ତାକାଲି ସେ ଅମୃତସର ଯାଉଛନ୍ତି ଏବଂ ଏହା ପରେ ତାଙ୍କୁ ମୁମ୍ବାଇ ଯିବାକୁ ପଡିବ। ମୁଁ ୨୯ ନଭେମ୍ବରରେ ଫେରି ପୁଣି ଆସିବି I

Comments (0)
Add Comment