ଭୁବନେଶ୍ୱର ଗୋପବନ୍ଧୁ ଛକ ରିଲାଏନ୍ସ ଫ୍ରେସ୍ ସିଲ , BMC ପକ୍ଷରୁ ହେଲା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ରେ ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍ ସିଲ୍ । ପରିମଳ ବ୍ୟବସ୍ଥାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ଥିବା BMC ପକ୍ଷରୁ କୁହାଯାଇଛି । ତେବେ ସିଲ୍ ହେବାର କାରଣ ହେଉଛି ରିଲାଏନସ ଫ୍ରେସ ଆଖ ପାଖରେ ପଡ଼ି ରହିଥିଲା ଅଳିଆ। ଅଳିଆ ଆବର୍ଜନା ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଥିଲା । ଫଳରେ ରିଲାଏନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଷ୍ଟୋରକୁ ୩ ଦିନ ପାଇଁ ମଧ୍ୟ ବନ୍ଦ କରାଯାଇଛି ।

ସମାନ ଅବସ୍ଥା ନିକଟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲିଜ୍ ସହିତ ମଧ୍ୟ ହୋଇଥିଲା । ପରିମଳ ବ୍ୟବସ୍ଥା ଖରାପ ଥିବାରୁ ଗ୍ରୀନ ଚିଲିଜ୍ କୁ ସିଲ୍ କରିଥିଲେ ଅଧିକାରୀ ।ଆଗ ପରିମଳ ବ୍ୟବସ୍ଥା ସୁଧାରିବା ପରେ ଦୋକାନ ଖୋଲିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥିସହିତ ମଧ୍ୟ ଚେତାବନୀ ଦିଆଯାଇଛି ଯେ ରାଜଧାନୀର ଆଉ ଯେଉଁଠି ଯେଉଁଠି ଏଭଳି ସମସ୍ୟା ଦେଖାଦେବ ସେଠାରେ ମଧ୍ୟ ଏମିତି କାଗଜ ଲଗାଇ ଦିଆଯିବ, ସଟର ଟାଣି ଦିଆଯିବ।