ଡିଜିପି ଅଭୟ ଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ୬୩ତମ ଆଇପିଏସ୍ ସମ୍ମିଳନୀ

ଡିଜିପି ଅଭୟ ଙ୍କ ଦ୍ୱାରା କଟକ ରେ ୬୩ତମ ବରିଷ୍ଠ ‌ପୁଲିସ ଅଧିକାରୀ ସମ୍ମିଳନୀ ଉଦ୍ଘାଟନ ହୋଇଛି I ଆଜି ଆରମ୍ଭ ହେଇଥିବା ଏହି ସମ୍ମିଳନୀ ଆଗାମୀ ୩ ଦିନି ଧରି ଭର୍ଚୁଆଲ ମୋଡରେ ଚାଲିବ। ଏହି ସମ୍ମିଳନୀରେ ଅତିରିକ୍ତ ଡିଜି, ରେଞ୍ଜ ଆଇଜି, ଡିଆଇଜିନଙ୍କ ସହିତ ମସ୍ତ ଏସ୍‌ପି, ସଶସ୍ତ୍ର ବାହିନୀର କମାଣ୍ଡାଣ୍ଟମାନେ ଯୋଗ ଦେଇଥିଲେ । ସମ୍ମିଳନୀରେ ହିଳା ଓ ଶିଶୁ ବିରୋଧୀ ହିଂସା,ମାଓ ଦମନ,ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି , ନିଶା କାରବାର,ଉପରେ ଚର୍ଚ୍ଚା ହେବ। ସମ୍ମିଳନୀକୁ ଉଦ୍‌ଘାଟନ କରି ଡିଜିପି କହିଛନ୍ତି ଯେ, ବିଚ୍ଛିନ୍ନାଞ୍ଚଳରେ ଆଇନ୍‌ ଶୃଙ୍ଖଳାରେ ଉନ୍ନତି ଆସିଛି। ନିଶା କାରବାର ଉପରେ ଚଢ଼ଉ କରାଯାଇଛି ବ୍ୟାପକ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି। ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ରାକିଙ୍ଗ ମାଧ୍ୟମରେ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି।

ସେହିପରି ରାଜ୍ୟରେ ୧୧ଟି ନୂଆ ସାଇବର ଥାନା ପ୍ରତିଷ୍ଠା କରାଯିବ। କଟକ-ଭୁବନେଶ୍ୱରରେ ୩ଟି ନୂଆ ଥାନା ପ୍ରତିଷ୍ଠା ହେବ। କଟକ-ଭୁବନେଶ୍ୱର ଡିସିପି ଅଧିନରେ ସ୍ୱତନ୍ତ୍ର କ୍ରାଇମ୍‌ ୟୁନିଟ ରହିବ। ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଶାଖା ଖୋଲିବା ନେଇ ଡିଜିପି ସୂଚନା ଦେଇଛନ୍ତି I

Comments (0)
Add Comment