ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର

ପୁରୀ : ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର I ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୁରୀ ଅତିରିକ୍ତ ଜିଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସନ I ୪ ଦ୍ବାର ଖୋଲିବାକୁ ହେଲେ ବ୍ୟାରିକେଡ କରାଯିବ କି ନାହିଁ ଏହାର ମଧ୍ୟ ସମୀକ୍ଷା କରାଯାଇଛି। ଅନ୍ୟପକ୍ଷେ ସିଂହଦ୍ବାର ସାମ୍ନାରେ ଲାଗିଥିବା ଏସି ଟନେଲକୁ ଇତିମଧ୍ୟରେ ଖୋଲା ଯାଇଛି।

ସୂଚନା ଯୋଗ୍ୟ, ଗୋଟିଏ ଦ୍ୱାର ଦେଇ ବହୁସଂଖ୍ୟକ ଭକ୍ତ ଯିବା ଦ୍ୱାରା ମନ୍ଦିରରେ ପ୍ରବଳ ଗହଳି ହେଉଛି। ଏପରିକି ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି। ସେହିପରି ବେଳେବେଳେ ଭକ୍ତ ଭିଡ଼ ଭିତରେ ବାନ୍ତି ତଥା କ୍ଷତାକ୍ତ ହେଉଥିବାରୁ ରକ୍ତ ମନ୍ଦିର ମIରI ହେଉଛି I ଯାହା ଫଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଛି। ଏଥିଯୋଗୁ ନୀତି ବିଳମ୍ବ ହେବା ସହ ଦର୍ଶନରେ ବିଳମ୍ବ ଘଟୁଛି। ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ଭକ୍ତମାନେ ହଇରାଣ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି।

ସୂଚନାନୁସାରେ,ନିର୍ବାଚନ ସମୟରେ ବିଜେପିର ତୁଙ୍ଗ ନେତାମାନେ ଶ୍ରୀମନ୍ଦିର ୪ ଦ୍ଵାରର ଖୋଲିବା ଏବଂ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ମୁଖ୍ୟ ପ୍ରସଙ୍ଗ କରିଥିଲେ I ସରକାରକୁ ଆସିଲେ ବିଜେପି ପ୍ରଥମେ ୪ ଦ୍ୱାର ଖୋଲିବା ସହିତ ରତ୍ନ ଭଣ୍ଡାର ମଧ୍ୟ ଖୋଲାଯିବ ବୋଲି ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ନେଇ ଭକ୍ତ ମହଲରେ ଆଶା ସଞ୍ଚାର ହୋଇଛି I

ଅନ୍ୟପଟେ ଆଜି ପୁରୀ ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ଟନେଲ୍‌ ସେଡକୁ ହଟା ଯାଉଛି। ଏଥିରେ ଲାଗିଥିବା ଏୟାରକଣ୍ଡିସନ୍‌ ମେସିନକୁ ଖୋଲାଯାଇଛି।