ଭୟଙ୍କର ପ୍ରଦୂଷଣ : ରାଜଧାନୀ ଦିଲ୍ଲୀରେ ର ସମସ୍ତ ସ୍କୁଲ୍‌ ବନ୍ଦ, ଜାରି ରହିବ ଅନଲାଇନ୍‌ କ୍ଲାସ୍‌

ରବିବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୨ ଥିଲା, ଯାହାକି ଶନିବାର ଦିନ ଏହା ୩୭୪ ଥିଲା। ଡିଓଇର ସୂଚନା ଅନୁସାରେ, ଦିଲ୍ଲୀର ସମସ୍ତ ସ୍କୁଲ୍‌ ଆଗାମୀ ଆଦେଶ ଯାଏଁ ବନ୍ଦ ରହିବ। ପିଲା ସ୍କୁଲ୍‌ ଆସିବେନି। ପୂର୍ବ ଭଳି ଅନଲଇାନ୍‌ କ୍ଲାସ ଜାରି ରହିବ। ସେହିଭଳି ପରୀକ୍ଷା ଏବଂ ମୂଲ୍ୟାୟନ ମଧ୍ୟ ପୂର୍ବ ନିୟମ ଅନୁଯାୟୀ ଚାଲିବ । ଏନେଇ ଶିକ୍ଷା ନିର୍ଦେଶାଳୟ (ଡିଓଇ) ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ କରୋନା ଆଉ ଏବେ ପ୍ରଦୂଷଣ ରାଜଧାନୀବାସୀଙ୍କୁ ଅଣନିଃଶ୍ବାସୀ କରିପକାଇଛି । ରବିବାର ଦିଲ୍ଲୀର ବାୟୁର ମାନ ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଛି ।
ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲ ସପ୍ତାହେ ବନ୍ଦ କରିବାକୁ ଘୋଷଣା ଦେଇଥିଲେ। ଏବେ ଏହି ସବୁ ସ୍କୁଲ୍‌ ଆଗାମୀ ଆଦେଶ ପରେ ହିଁ ଖୋଲିବ। ଅନ୍ୟପଟେ କେଜ୍ରିଓ୍ବାଲ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୋଟିଏ ସପ୍ତାହ ବନ୍ଦ କରି ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗୁ କରିଥିଲେ। ତେବେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବାୟୁ ପ୍ରଦୂଷଣ ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧ ଉପରେ ସମୀକ୍ଷା କରିବାକୁ ସୋମବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜଣାପଡ଼ିଛି ।

Comments (0)
Add Comment