ପଞ୍ଜାବର ଅମୃତସର ସରକାରୀ ମେଡିକାଲ ହସ୍ପିଟାଲ ରେ ଭୟାବହ ଅଗ୍ନିକାଣ୍ଡ I ନିଆଁ ଲାଗିବା ମାତ୍ରେ ଡାକ୍ତରଖାନାରେ ଏକ ଦୌଡ଼ାଦୌଡ଼ି ହୋଇ ଦଳା ଚକଟା ଆରମ୍ଭ ହୋଇ ଯାଇଥିଲା I ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଚାରିଆଡେ କେବଳ ଧୁଆଁମୟ ହୋଇ ଯାଇଥିଲା I ରୋଗୀମାନଙ୍କ ଚିତ୍କାର ମଧ୍ୟରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୬୫୦ ଜଣଙ୍କୁ ଡାକ୍ତରଖାନାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ହେବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଘଟଣାସ୍ଥଳରେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିଲେ ମଧ୍ୟ ମିଳିଥିବା ସୂଚନା ମୁତାବକ, ହସ୍ପିଟାଲ ପଛରେ ଥିବା ଏକ ଟ୍ରାନ୍ସଫର୍ମରରେ ଅଚାନକ ନିଆଁ ଲାଗିଯାଇଥିଲା ।
ଯାହାପରେ ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିଲା । ନିଆଁ ପ୍ରଥମ ଟ୍ରାନ୍ସଫର୍ମରରେ ଲାଗିବା ପରେ, ସମଗ୍ର ହସ୍ପିଟାଲ ପରିସର ଧୂଆଁ ମୟ ହୋଇଯାଇଥିଲା I ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପଞ୍ଜାବ ମନ୍ତ୍ରୀ ହରଭଜନ ସିିଂହ। ମାମଲାର ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।