ଶିବକାଶୀ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ : ୫ ମୃତ ୧୦ ଉର୍ଧ୍ଵ ଗୁରୁତର

ନୂଆବର୍ଷ ଆରମ୍ଭ ରୁ ହିଁ ଗୋଟିଏ ପରେ ଗୋଟିଏ ଦୁଖଦଃ ଘଟଣାମାନ ଆଜି ସାମ୍ନାକୁ ଆସୁଛି ସେହି ଅନୁସାରେ ଆଜି ଆଉ ଏକ ବଡ଼ ଅଘଟଣ ହେଉଛି ତାମିଲନାଡ଼ୁ ସ୍ଥିତ ଶିବକାଶୀ ଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ I ଏହି ବାଣ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । କାରଖାନାର କେମିକାଲ ୟୁନିଟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁର ବେଗ ଏତେ ଥିଲା ଯେ ଏହାକୁ କାବୁ କରିବା ପାଇଁ ୨୦ ଟି ଦମକଳକୁ ଦୀର୍ଘ ଘଣ୍ଟା କାମ କରିବାକୁ ପଡ଼ିଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି Iପୋଲିସ ପକ୍ଷରୁ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି I
ସୂଚନାରୁ ଜଣାଯାଇଛି ଯେ ତାମିଲନାଡୁ ଶିବକାଶୀ ନିକଟ ପୁଡୁପଟ୍ଟୀ ରେ ଥିବା ଏକ ବାଣ କାରଖାନାରେ ଆଜି ସକାଳେରୁ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଗୁତୁତର ହୋଇଥିବା ଜଣାଯାଇଛି । ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

Comments (0)
Add Comment