କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନେପଡ଼ିଲା ୨୦୧୩ର ତାଣ୍ଡବ

ରୁଦ୍ରପୟାଗ : ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିର ଆଖପାଖରେ ଥିବା ପାହାଡ଼ରେ ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ହିମସ୍ଖଳନ ହୋଇଛି । ମନ୍ଦିର ପଛରେ ଥିବା ପାହାଡ଼ରୁ ଦ୍ରୁତଗତିରେ ବରଫ ତରଳି ତଳକୁ ଖସୁଥିବା ସୋସିଆଲ୍ ମିଡିଆରେ ଭାଇରାଲ୍ ଏକ ଭିଡିଓକୁ ଦେଖିବାକୁ ମିଳିଛି । ହିମସ୍ଖଳନ ହୋଇଥିବା ଅଞ୍ଚଳ ଚୌରାବାଡ଼ି ଗ୍ଲାସିୟର୍ କ୍ୟାଚ୍‌ମେଣ୍ଟ୍ ଏରିଆ ଭାବେ ଜଣାଶୁଣା । ଏହା କେଦାରନାଥ ମନ୍ଦିର ପରିସରରୁ ୫ କିମି ଦୂରରେ ସ୍ଥିତ । ଏହି ହିମସ୍ଖଳନରେ କୌଣସି ଧନଜୀବନ କ୍ଷତି ହୋଇନଥିବା ଜଣାଯାଇଛି । ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ସୂଚନାଯୋଗ୍ୟ, କେଦାରନାଥ ଘାଟିରେ ଗତ କିଛିଦିନ ଧରି ପାଣିପାଗ ଖରାପ ଥିବାବେଳେ ଭୀଷଣ ବର୍ଷା ଲାଗିରହିଛି ।
୨୦୧୩ରେ କେଦାରନାଥରେ ଅଚାନକ ବାଦଲଫଟା ବର୍ଷା ହେବା କାରଣରୁ ଚୌରାବାଡ଼ି ଗ୍ଲାସିଏର୍ ତରଳିବା ମନ୍ଦାକିନୀ ନଦୀର ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିଲା । ଏହି ଭୟଙ୍କର ବନ୍ୟା ରାଜ୍ୟର ଅଧିକାଂଶ ଅଞ୍ଚଳରକୁ ପ୍ରଭାବିତ କରିଥିଲା । ଏହି ବନ୍ୟାରେ ରାଜ୍ୟରେ ୪୧୯୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହାଦ୍ୱାରା କେଦାରନାଥ ଘାଟିରେ ସର୍ବାଧିକ କ୍ଷୟକ୍ଷତି ହୋଇଥିଲା । ହୃଦୟବିଦାରକ ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଘଟିଥିଲା । କେଦାରନାଥ ମନ୍ଦିର ପରିସର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥିଲଶ । ୩ ଲକ୍ଷ ଶ୍ରଦ୍ଧାଳୁ କେଦାରନାଥ ଧାମରେ ଫସି ରହିଥିଲେ । ପରେ ଆର୍ମି, ଏୟାରଫୋର୍ସ ଏବଂ ନୌସେନା ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଏହା ସତ୍ତ୍ୱେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପତ୍ତା ମିଳିନଥିଲା ।

Terrible avalanche in Kedarnath Dham