ଭୟଙ୍କର ରାସ୍ତା ଦୁର୍ଘଟଣା : ହସ୍ପିଟାଲ ରେ ବର-କନିଆଁ

ଭୟଙ୍କର ରାସ୍ତା ଦୁର୍ଘଟଣାରେ ବିବାହ ପରେ କନିଆଁ ଧରି ଫେରୁଥିବା ବର ଗାଡି ଚୁରମାର I ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଆମପାଣି ଅଞ୍ଚଳରେ ।
ଘଟଣା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବରକନ୍ୟାଙ୍କୁ ନେଇ ଫେରୁଥିବା ବେଳେ ଏକ ବୋଲେରୋ ଗାଡ଼ିକୁ ଆମପାଣି ଥାନା ଭୁର୍ଷାଗୁଡ଼ା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଏହାଫଳରେ ବୋଲେରୋରେ ଥିବା ବରକନ୍ୟାଙ୍କ ସମେତ ୫/୬ ଜଣ ଗୁରୁତର ହୋଇଥିଲେ । ଡ୍ରାଇଭରଙ୍କୁ ଉଦ୍ଧାର କରି ଆମପାଣି ପୁଲିସ କୋକସରା ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ବେଳେ ହସ୍ପିଟାଲ ପହଞ୍ଚିବା ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।ମୃତ ଡ୍ରାଇଭର ହେଲେ ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁ । ଆମପାଣି ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Comments (0)
Add Comment