ସାମୟିକ ଭାବେ ୟୁକ୍ରେନ-ରୁଷ ଯୁଦ୍ଧ ବିରତି

ରୁଷ – ୟୁକ୍ରେନ ଯୁଦ୍ଧ ବିବାଦ କୁ ଦୀର୍ଘ ୧୦ ଦିନ ଅତିକ୍ରମ ହେଲାଣି I ୟୁକ୍ରେନ ର ପ୍ରମୁଖ ସ୍ଥାନ ଗୁଡିକୁ ଧ୍ବଂସ ସ୍ତୁପ ରେ ପରିଣତ କରିସାରିଲେଣି ରୁଷ ସେନା I ଏହା ଭିତରେ ଆସିଛି ଏକ ବଡ଼ ଖବର । ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ଯୁଦ୍ଧର ଘନ ଘନ ବୋମାମାଡ଼ ସହିତ ଗୁଳିଗୋଳା ବର୍ଷଣ ଫଳରେ ଯୁଦ୍ଧ ପ୍ରବଣ ଅଂଚଳ ରୁ ସାଧାରଣ ଲୋକ ସୁରକ୍ଷିତ ସ୍ଥାନ କୁ ଯାଇ ପାରୁ ନାହାନ୍ତି I ଏହାକୁ ଦୃଷ୍ଟିରେ ରଖି ରୁଷ ସରକାର ମାରିୟୁପୋଲ ଓ ଭୋଲନଭାକା ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଲାଗୁ କରିଥିବା ଜଣାପଡ଼ିଛି। ବିଶେଷ କରି ମହିଳା ,ଛୋଟ ପିଲା ଓ ଗର୍ଭବତୀ ମହିଳା ଙ୍କୁ ସୁରକ୍ଷିତ ସ୍ଥାନ କୁ ଚାଲିଯିବା ପାଇଁ କୁହ ଯାଇଥିଲା I ଭାରତୀୟ ସମୟ ଅନୁସାରେ, ଦିନ ୧୧ଟା ୩୦ରୁ ଅସ୍ତ୍ରବିରତି ଆରମ୍ଭ ହୋଇ ସାଢ଼େ ୫ ଘଣ୍ଟା ସମୟ ଅସ୍ତ୍ରବିରତି ପାଇଁ ଘୋଷଣା ହୋଇଛି । ୧୧ଟା ୩୦ରୁ ରୁଷିଆ ପକ୍ଷରୁ ମିସାଇଲ, ରକେଟ ମାଡ଼ ବନ୍ଦ ହୋଇଛି ।
ସୂଚନାନୁସାରେ ମାରିୟୁପୋଲରେ ରୁଷ ଘନଘନ ଆକ୍ରମଣ କରୁଥିଲା। ଏହାର କିଛି ଅଂଶକୁ ମସ୍କୋ ଦଖଲ ମଧ୍ୟ କରି ନେଇଛି। ଏହାପରେ ସହରକୁ ବିଜୁଳି, ପାଣି ଓ ପରିବହନ ବ୍ୟବସ୍ଥା ବନ୍ଦ କରି ଦିଆଯାଇଥିଲା। ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମାରିୟୁପୋଲର ମେୟର ତୁରନ୍ତ ଯୁଦ୍ଧ ବିରତି ଲାଗୁ କରିବା ସହ ମାନବୀୟ କରିଡର ଦ୍ୱାରା ମେଡିସିନ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିବେଦନ କରିଥିଲେ। ସେହିପରି ମାନବୀୟ କରିଡର ଦ୍ୱାରା ଏଠାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ମିଳିବ ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି