ଟେଲି ଅଭିନେତା ରସିକ ଦାବେ ଙ୍କ ୬୫ ବର୍ଷ ବୟସରେ ଦେହାନ୍ତ I ଗତକାଲି ରାତି ୮ ତା ସମୟରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ରସିକ ଦବେଙ୍କୁ ‘ମହାଭାରତ’ର ନନ୍ଦ ଚରିତ୍ରକୁ ନେଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତୀତ ସେ ଅନେକ ଗୁଜୁରାଟୀ ନାଟକ, ଗୁଜୁରାଟୀ ଫିଲ୍ମ ଏବଂ ଅନେକ ସିରିଏଲରେ ମଧ୍ୟ କାମ କରିଥିଲେ । ତାଙ୍କ ପତ୍ନୀ କେତକୀ ଦାବେ ମଧ୍ୟ ପ୍ରସିଦ୍ଧ ଟେଲି ଅଭିନେତ୍ରୀ I ସେ ‘କ୍ୟୁଙ୍କି ଶାଶ ଭୀ କଭୀ ବୋହୁ ଥି ‘ ଓ ‘ବାଲିକା ବଧୂ – ୨’ ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ I
ରସିକ ଦାବେ ଙ୍କର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଦୁଇଟି କିଡନୀ ନଷ୍ଟ ହୋଇଯିବI ଯୋଗୁଁ ସେ ଡାଏଲିସିସରେ ଥିଲେ ଏବଂ ତାଙ୍କୁ ସପ୍ତାହରେ ତିନିଥର ଡାକ୍ତରଖାନା ଯିବାକୁ ପଡୁଥିଲା । କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ରସିକ୍ ଦବେଙ୍କୁ ଶେଷ ଥର ପାଇଁ କଲର୍ସ ଟିଭି ଚ୍ୟାନେଲ୍ ଲୋକପ୍ରିୟ ସିରିଏଲ୍ ସଂସ୍କାର ଧରୋହର ଅପନୋଁ କି ରେ ଦେଖିବାକୁ ମିଳିଥିଲା। ଏହା ସହିତ ସିଆଇଡି , କୃଷ୍ଣା ଭଳି ଲୋକପ୍ରିୟ ଟିଭି ଶୋ’ର ଅଂଶବିଶେଷ ଥିଲେ । ସେ ଅଭିନେତ୍ରୀ କେତକୀ ଦେବୀଙ୍କୁ ବିବାହ କରିଥିଲେ ।
କେତକୀ ଓ ରସିକ ରିୟଲିଟି ଶୋ’ ନଚ ବଲିଏରେ ମଧ୍ୟ ଦେଖାଦେଇଥିଲେ ଏବଂ ଅନେକ ଟିଭି ଶୋ’ର ମୁହଁ ପାଲଟିଥିଲେ । ନିର୍ମାତା ଜେଡି ମଜିଠିଆ ସାମାଜିକ ଗଣମାଧ୍ୟମ ଜରିଆରେ ଦବେଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି । ଜେଡି ଅନେକ ନାଟକରେ ଦବେଙ୍କ ସହିତ କାମ କରିଛନ୍ତି । ଜେଡି ମଜେଠିଆ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦବେ ବିଗତ କିଛି ବର୍ଷ ହେଲା ଡାଇଲିସିସରେ ଥିଲେ । ୧୫ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେତକୀ ଓ ରସିକଙ୍କ ୨ ସନ୍ତାନ ହେଉଛନ୍ତି ଋଦ୍ଧି ଓ ଅଭିଷେକ ।