ଡିଏଲଏସ୍ ପଦ୍ଧତିରେ ରୋମାଞ୍ଚକର ବିଜୟ ହାସଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିଥିଲେ ହେଁ, ଡିଏଲଏସ୍ (DLS) ନିୟମ ବଳରେ ଭାରତୀୟ ଦଳ ବିଜୟୀ ହୋଇଛି। ୧୩୫ ରନ୍ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୨୬ ଓଭରରେ ୭ ୱିକେଟ୍ ହରାଇ ୧୧୩ ରନ୍ କରିଥିବା ସମୟରେ ବର୍ଷା କାରଣରୁ ଖେଳ ବନ୍ଦ ରହିଥିଲା। ସେହି ମହୁର୍ତ୍ତରେ ଡିଏଲଏସ୍ ନିୟମ ଅନୁସାରେ ଭାରତ ୪ ରନ୍ ଆଗରେ ଥିବାରୁ ଦଳକୁ ବିଜୟୀ କରାଯାଇଥିଲା। ପୂର୍ବରୁ ବର୍ଷା ଯୋଗୁଁ ମ୍ୟାଚର ଓଭର ସଂଖ୍ୟା ହ୍ରାସ ପାଇ ୪୭-୪୭ ଓଭର କରାଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ଦଳ ୪୧ ଓଭରରେ ମାତ୍ର ୧୩୪ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳପକ୍ଷରୁ ଡାରିଲ୍ ମିଚେଲ୍ ୫ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୫୫ ରନ୍ କରିଥିବାବେଳେ ଅଧିନାୟକ ମିଚେଲ୍ ସାଣ୍ଟନର୍ ୩୧ ରନ୍ କରିଥିଲେ। ତେବେ ଦଳର ଅନ୍ୟ କୌଣସି ବ୍ୟାଟର୍ ୧୫ ରନ୍ ର୍କୋସ୍ କରିପାରି ନଥିଲେ।