୨୦୨୬ ଏସୀୟ କ୍ରୀଡ଼ା କ୍ରିକେଟ ଫାଇନାଲରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆ ଚାମ୍ପିଅନ

ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ଭାରତ ପାକିସ୍ତାନକୁ ୧୯ ରନରେ ହରାଇ ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି | ସୂଚନା ଥାଉ ଯେ, ଭାରତ ୧୯ତମ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତୀୟ ପୁରୁଷ କ୍ରିକେଟ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡାରେ ପୁରୁଷ କ୍ରିକେଟ ଫାଇନାଲରେ ଭାରତ ୬ ୱିକେଟରେ ୨୧୧ ରନ କରିଥିଲା। ଏହା ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର ଥିଲା। ଭାରତ ୧୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିଲା। ୨୦୧୨ରେ ଭାରତ ପାକିସ୍ତାନ ବିପକ୍ଷରେ ୧୯୨ ରନ କରିଥିଲା। ଭାରତ ପାଇଁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ୨୮ ବଲ୍ ରେ ୩ ଚୌକା ଏବଂ ୭ ଛକା ସହାୟତାରେ ୬୧ ରନ କରିଥିଲେ। ତିଲକ ୨୨ ବଲ୍ ରେ ୩ ଚୌକା ଏବଂ ୪ ଛକା ସହାୟତାରେ ୫୧ ରନ କରିଥିଲେ। ଜବାବରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟରେ ୧୯୨ ରନ କରିପାରିଥିଲା।