ଟାଟା ନିର୍ମାଣ କରିବ ଆଇ-ଫୋନ୍‌!

ନୂଆଦିଲ୍ଲୀ: ଭାରତରେ ଆଇ-ଫୋନ୍ ନିର୍ମାଣ କରିବା ପାଇଁ ଟାଟା ଗ୍ରୁପ୍ ପକ୍ଷରୁ ତାଇୱାନ୍‌ର ୱିସ୍‌ଟ୍ରନ୍ କମ୍ପାନୀ ସହ କଥାବାର୍ତ୍ତା ଚାଲିଛି । ସୂଚନାଯୋଗ୍ୟ ଆମେରିକାର ଆଇ-ଫୋନ୍ ନିର୍ମାତା ଆପ୍‌ଲ କମ୍ପାନୀକୁ ୱିସ୍‌ଟ୍ରନ୍ ଯନ୍ତ୍ରାଂଶ ଯୋଗାଉଛି । ଯଦି ଯନ୍ତ୍ରାଂଶ ଯୋଗାଇବାକୁ ୱିସ୍‌ଟ୍ରନ୍ ସମ୍ମତି ପ୍ରଦାନ କରେ, ତେବେ ଭାରତରେ ଆଇ-ଫୋନ୍ ନିର୍ମାଣ କରିବାରେ ଟାଟା ପ୍ରଥମ କମ୍ପାନୀ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ୱିସ୍‌ଟ୍ରନ୍ ଓ ଫକ୍ସକନ୍ ଭଳି ତାଇୱାନ କମ୍ପାନୀ ଦ୍ୱାରା ଚୀନ୍‌ରେ ଆସେମ୍ବ୍ଲି ହେଉଥିବା ଆଇ-ଫୋନ୍ ଭାରତରେ ଉପଲବ୍ଧ ହେଉଛି ।