ବାଂଲାଦେଶ ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଲେ ତସଲିମା ନସରୀନ

ବାଂଲାଦେଶରେ ଏବେ ସାଂପ୍ରଦାୟିକ ହିଂସାକାଣ୍ଡ ଘଟିଯାଇଛି ତାହାକୁ ନେଇ ମୁହଁ ଖୋଲିଛନ୍ତି ବିଶିଷ୍ଟ ଲେଖିକା ତସଲିମା ନସରୀନ I ସେ କହିଛନ୍ତି ଧାର୍ମିକ ମୌଳବାଦୀମାନେ ଧିରେ ଧିରେ ସେଠିକାର ନାଗରିକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ରୋଜଗାର ଠାରୁ ଧର୍ମ ବଡ ବୋଲି ବୁଝାଇବାରେ ସଫଳ ହୋଇଛନ୍ତି । ଫଳରେ ୫୦ ବର୍ଷ ଧରି ଧର୍ମନିରପେକ୍ଷତାରୁ ବାହାରକୁ ଆସୁଛି ବାଂଲାଦେଶ । ବାଂଲାଦେଶ ସ୍ୱାଧିନ ହେବା ପରେ ସେଠାରେ ବଙ୍ଗାଳୀ ହିନ୍ଦୁ, ମୁସଲମାନ, ବୌଦ୍ଧ, ଇସାଇମାନେ ଏକତ୍ରୀତ ହୋଇ ରହିଥିବା ବେଳେ ଏବେ ସେଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବେ ସେଠାରେ ଏଭଳି ସ୍ଥିତି ଉପୁଜିଛି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ନଥିବା ଭଳି ଲାଗୁଛି ।
୧୯୮୦ ମସିହା ପରେ ବାଂଲାଦେଶର ଶାସକ ଦେଶକୁ ଏକ ଇସଲାମିକ ସମାଜ ଭାବେ ଗଠନ କରବାକୁ ସକ୍ରିୟ ହୋଇଛି । ଧର୍ମନିରପେକ୍ଷତା ଆଳରେ ସେଠାରେ ଇସଲାମିକ ସମାଜ ଗଠନ କରିିବାକୁ ପ୍ରୟାସ ଜାରି ରହିଛି । ସମ୍ବିଧାନକୁ ଇସଲାମିକରଣ କରି ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଗତିଶୀଳ ଲୋକଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବାଂଲାଦେଶରୁ ଦେଶାନ୍ତର ହୋଇଥିବା ପ୍ରସିଦ୍ଧ ଲେଖିକା ତସଲିମା ନସରୀନ ।
ସୂଚନା ଅନୁସାରେ ଚଳିତ ବର୍ଷ ଦୁର୍ଗାପୂଜା ୭ ଦିନ ରାତିରେ କେହି ଜଣେ ଦୁର୍ବୁତ୍ତ ଦୁର୍ଗାପୀଠରେ ପବିତ୍ର କୋରାନ ଧର୍ମଗ୍ରନ୍ଥ କୁ ରଖିଦେଇ ,ମୂର୍ତି ମାନଙ୍କୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲା I ସକାଳେ ଏହି ଘଟଣା ଜଣା ପଡିବା ପରେ ଲୋକମାନେ ଉତ୍ୟକ୍ତ ହୋଇ ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରିବା ସହିତ ପୂଜା ପେଣ୍ଡାଲ ଓ ମନ୍ଦିର ଗୁଡିକୁ ଭାଙ୍ଗି ଦେଇଥିଲେ I ଏହି ହିଂସା କାଣ୍ଡ କ୍ରମେ ଉଗ୍ର ରୂପ ନେଇଥିଲା, ତେବେ ଏହି ହିଂସା କାଣ୍ଡରେ ୧୨ ରୁ ଉର୍ଧ୍ଵ ହିନ୍ଦୁ ଙ୍କ ମୃତ୍ୟୁ ହେବା ସହିତ ୨୦୦ ରୁ ଉର୍ଧ୍ଵ ହିନ୍ଦୁ ମାନଙ୍କର ଘର ପୋଡିଦେଇଥିଲେ I ବଙ୍ଗଳାଦେଶରେ ହିନ୍ଦୁ ବିରୋଧୀ ହିଂସାକୁ ନେଇ ଭାରତ ସହିତ ସାରା ବିଶ୍ୱ ରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା I ଏନେଇ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ବାରମ୍ବାର ସଫେଇ ଦେଉଥିଲେ ବି ଏହା ସାଂପ୍ରଦାୟିକ ହିଂସା କମାଇବାରେ ପ୍ରଭାବ ପକାଇ ନ ଥିଲେ । ଏହାକୁ ନେଇ ଭାରତରେ ହିନ୍ଦୁ ସଂଗଠନମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଏଭଳି ହିଂସାକୁ ନଜରରେ ରଖି ବାଂଲାଦେଶରେ ରହୁଥିବା ହିନ୍ଦୁମାନେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ ।
ଅନ୍ୟପକ୍ଷରେ ଯାହା ଜଣାପଡିଛି ଏହି ହିନ୍ଦୁ ବିରୋଧୀ ସାଙ୍ଘାତିକ ଷଡଯନ୍ତ୍ର ରଚିଥିବା ଇକଵାଲ,ସୈକତ ମଣ୍ଡଳ ଓ ଅନ୍ୟ ଜଣେ ଷଡଯନ୍ତ୍ର କାରୀ ଙ୍କୁ କକ୍ସ ବଜାର ଅଂଚଳରୁ ଗିରଫ କରି ୭ ଦିନିଆ ପୋଲିସ ଜିମାରେ ନେଇ ପଚରାଉଚୁରା ଚଳେଇଛି ଇସେହିପରି ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ୬୦୦ ରୁ ଅଧିକ ଙ୍କୁ ଗିରଫ କରିଛି ବାଂଲାଦେଶ ପୋଲିସ I

Comments (0)
Add Comment