ରାଜନୀତିରେ ଏଣ୍ଟ୍ରୀ କଲେ ତାମିଲି ସୁପରଷ୍ଟାର ଥଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ତାମିଲ ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ଦମଦାର ଏଣ୍ଟ୍ରୀ କରିଛନ୍ତି । ଅଭିନେତା ଫିଲ୍ମ ରୁ ରାଜନୀତି ଦୁନିଆକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟଙ୍କ ପାଇଁ ରାଜନୀତି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ନୂଆ । ତେବେ ଅଭିନେତା ଜଣକ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାଁନ୍ତି, ବରଂ ସେ ନିଜର ଅଲଗା ରାଜନୈତିକ ଦଳ ଗଠନ କରିଛନ୍ତି । ରାଜନୀତିରେ ଆସିବା ସହିତ ସେ ନିଜ ଦଳ ମଧ୍ୟ ଘୋଷଣା କରିଛନ୍ତି ।

ଅଭିନେତା ବିଜୟଙ୍କ ଏହି ପାର୍ଟିର ନାମ ହେଉଛି ତାମିଝା ଭେଟ୍ରି କାଜହାଗମ । ତେବେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ବିଜୟଙ୍କ ଦଳ ଭାଗନେବା ନାହିଁ ବୋଲି ଆଜି ତାଙ୍କ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । 2026 ବିଧାନସଭା ନିର୍ବାଚନରେ ​​ବିଜୟ ହାସିଲ କରିବାକୁ ଲକ୍ଷ୍ୟ ରଖିଛି ଦଳ ।