ତମନ୍ନାଙ୍କ ପାଖରେ ଅଛି ସବୁଠାରୁ ବଡ ହୀରାର ମୁଦି

ମୁମ୍ବାଇ: ସାଉଥ ଓ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ତମନ୍ନା ଭାଟିଆ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ଓ ଜୁଏଲାରୀ କଲେକ୍ସନକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କ ପାଖରେ ବିଶେଷ ଧରଣର ଜୁଏଲାରୀ ରଖିବାକୁ ପସନ୍ଦ କରନ୍ତି । ତାଙ୍କ ପାଖରେ ଏକ ଡାଇମଣ୍ଡ ରିଂ ବା ହୀରା ମୁଦି ରହିଛିି, ଯାହାକୁ ନେଇ ସେ ଚର୍ଚ୍ଚାରେ । ତାଙ୍କର ଏହି ଡ଼ାଇମଣ୍ଡ ମୁଦିରେ ବିଶ୍ୱର ପଞ୍ଚମ ସବୁଠାରୁ ବଡ ହୀରା ଲାଗିଛି ।

ତମନ୍ନା ତାଙ୍କ ପାଖରେ ବୃହତ୍ତମ ହୀରାର ମୁଦି ରଖିଛନ୍ତି । ଯେଉଁଥିରେ ଏକ ବିରାଟ ହୀରା ଖଚିତ ହୋଇଛି । ଏହାର ପ୍ରାୟ ମୂଲ୍ୟ ୨କୋଟି ଟଙ୍କା ହେବ । ଏହା ଦେଖିବାକୁ ବହୁତ ସୁନ୍ଦର । ସେ ଏହି ମୁଦି ନିଜ ପାଇଁ କିଣି ନ ଥିଲେ । ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପତ୍ନୀ ଉପସାନା ଏହି ମୁଦିକୁ ତମନ୍ନାଙ୍କୁ ଦେଇଥିବା ଜଣାଯାଇଛି । ବାସ୍ତବରେ, ଫିଲ୍ମ ‘ସାଇ ରା ନରସିଂହ ରେଡ୍ଡୀ’ରେ ତମନ୍ନାଙ୍କ ଅଭିନୟରେ ଉପାସନା ବହୁତ ପ୍ରଭାବିତ ହୋଇଥିଲେ । ଏହା ପରେ ସେ ଏହି ମୁଦିକୁ ତମନ୍ନାଙ୍କୁ ଉପହାର ଦେଇଥିଲେ । ଏହି ମୁଦିକୁ ଉପହାର ଦେବା ପରେ ଉପାସାନା ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଥିଲେ । ଯେଉଁଥିରେ ତମନ୍ନା ଏହି ମୁଦି ପିନ୍ଧିଥିବାର ନଜର ଆସିଥିଲେ ।

ଏହି ଫିଲ୍ମରେ ତମନ୍ନାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କିଚା ସୁଦୀପ, ଅନୁଷ୍କା ଶେଟ୍ଟୀ, ବିଜୟ ସେତୁପତି, ନୟନତାରା ଏବଂ ନିହାରିକା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ରାମ ଚରଣଙ୍କ ପ୍ରଡକ୍ସନରେ ନିର୍ମିତ ହୋଇଥିଲା । ୨୦୧୯ ମସିହାରେ ଏହା ରିଲିଜ୍ ହୋଇଥିଲା । ଯାହା ବର୍ଷର ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା ।