ଦୀପାବଳିରେ ଭାରତର ଏହି ବିଶେଷ ସହର ଗୁଡ଼ିକୁ ବୁଲିବାକୁ ଯାଆନ୍ତୁ

ଭାରତରେ ୧୨ ବର୍ଷରେ ୧୩ ପର୍ବ ପାଳନ କରାଯାଏ I ସେଥିମଧ୍ୟରୁ ଦିପାବଳୀ ହେଉଛି ଅନ୍ୟତମ ମୁଖ୍ୟ ପର୍ବ I ଦିପାବଳୀ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ I ଅଧର୍ମ ଉପରେ ଧର୍ମର ଜୟ I ପୌରାଣିକ ବିଶ୍ୱାସ ଅନୁଯାୟୀ ଭଗବାନ ଶ୍ରୀ ରାମ ଲଙ୍କାପତୀ ରାବଣକୁ ପରାସ୍ତ କରି.୧୪ ବର୍ଷର ବନବାସ ସମାପ୍ତ କରି ଏହି ଦିନ ନିଜ ରାଜ୍ୟ ଅଯୋଧ୍ୟାକୁ ଫେରିଥିଲେ। ସେହିଦିନ ଭଗବାନ ଶ୍ରୀରାମ ଙ୍କ ଆଗମନ ହେତୁ ତାଙ୍କୁ ସ୍ୱାଗତ କରିବାପାଇଁ ଅଯୋଧ୍ୟାବାସୀ ଦୀପଜାଳି ସାରା ରାଜ୍ୟକୁ ଆଲୋକମୟ କରିଦେଇଥିଲେ I ଯେତେବେଳେ ଭଗବାନ ରାମ, ଲକ୍ଷ୍ମଣ ଏବଂ ମାତା ସୀତା ଅଯୋଧ୍ୟାକୁ ଆସିଲେ, ସେତେବେଳେ ଲୋକମାନେ ଦୀପ ଜାଳି ସ୍ୱାଗତ କରିଥିଲେ। ଦିପାବଳୀ ହେଉଛି ମିଳନ ର ପର୍ବ Iଏହି ଦିନ ସମସ୍ତ ଲୋକ ଭେଦଭାବ ଭୁଲି ପରସ୍ପରକୁ ମିଠା ବାଣ୍ଟି ଖୁସି ମନାଇଥାନ୍ତି I

ଏହି ଆଲୋକର ପର୍ବ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଏ I ଚଳିତ ବର୍ଷ ଅକ୍ଟୋବର ୨୪ ଓ ୨୫ ରେ ପାଳନ ହେବାକୁ ଯାଉଛି ଦିପାବଳୀ I ଏହି ଦିନ ଘରେ ଘରେ ଦୀପ ଜଳାଯିବା ସହିତ ବିଭିନ୍ନ ପ୍ରକାର ବାଣ ଫୁଟାଯାଇଥାଏ I ଦିପାବଳୀକୁ ଭାରତର ପ୍ରତ୍ୟେକ ସହରରେ ଭିନ୍ନ ଭାବରେ ପାଳନ କରାଯାଏ I କେତେକ ସ୍ଥାନରେ ଦୀପାବଳିକୁ ଏକ ବିଶେଷ ଢଙ୍ଗରେ ପାଳନ କରାଯାଏ I ଯଦି ଆପଣ ଦୀପାବଳିରେ କେଉଁଠାକୁ ବୁଲିବାକୁ ଯିବାକୁ ଚାହୁଁଥିବେ,ତେବେ ଆସନ୍ତୁ ଜାଣିବା ସେହି ବିଶିଷ୍ଟ ସ୍ଥାନଗୁଡିକ ବିଷୟରେ :

ଅଯୋଧ୍ୟା :

ଭାରତରେ ପ୍ରଥମେ ଅଯୋଧ୍ୟାରେ ଦିପାବଳୀ ପର୍ବ ଆରମ୍ଭ ହୋଇଥିଲା I ଭଗବାନ ଶ୍ରୀ ରାମଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟା ବାସୀ ସାରା ନଗରୀକୁ ରଙ୍ଗ ବେରଙ୍ଗ ର ଦୀପଜାଳି ସଜାଇଥିଲେ I ଅଯୋଧ୍ୟାରେ ଦୀପାବଳି କୁ ଏକ ବିଶେଷ ଉତ୍ସବ ଭାବରେ ପାଳନ କରାଯାଏ I

ଅମୃତସର :


ଦୀପାବଳି ଦିନ, ସ୍ବର୍ଣ୍ଣ ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ I ଅମୃତସରରେ ଗୁରୁଦ୍ୱାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇ ଏହାର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରାଯାଇଥାଏ I ଦିପାବଳୀ ଦିନ ସନ୍ଧ୍ୟାରେ ଯଦି ଆପଣ ମନ୍ଦିର ନିକଟରେ ଥିବା ସରୋବର କୂଳରେ ବସିବେ,ଦୀପାବଳିର ରୋଶୋଣିକୁ କୁ ସୁନ୍ଦରଭାବରେ ଉପଭୋଗ କରିପାରିବେ I

ବାରଣାସୀ :


ଭାରତର ଅନ୍ୟତମ ଧାର୍ମିକ ସହର ହେଉଛି ବାରାଣାସୀ I ବାବା ବିଶ୍ୱନାଥଙ୍କ ଏହି ସହରକୁ ଦୀପାବଳିରେ ନବବିବାହିତ କନ୍ୟା ପରି ସଜାଯାଇଥାଏ I ରଙ୍ଗୀନ ଦୀପଗୁଡ଼ିକର ଆଲୋକମାଳରେ ସାରା ବନାରସ ସହର ଖୁବ ସୁନ୍ଦର ଭାବରେ ଆଲୋକିତ ହୋଇଥାଏ I ଦୀପାବଳି ଦିନ ଆପଣ ଏଠାରେ ସ୍ୱତନ୍ତ୍ର ଗଙ୍ଗା ଆରତୀ ର ମଜ୍ଜା ନେଇ ପାରିବେ I ସମଗ୍ର ଘାଟକୁ ଅତି ମନୋରମ ଦୀପରେ ସଜାଯାଇଥାଏ I

ଉଦୟପୁର

ବିଭିନ୍ନ ପ୍ରକାର ହ୍ରଦ ଏବଂ ପ୍ରାସାଦରେ ପରିପୂର୍ଣ୍ଣ ର ସହର ହେଉଛି ଉଦୟପୁର I ଅତି ଆକର୍ଷଣୀୟ ଆଲୋକମାଳା ରେ ଦୀପାବଳି ଦିନ ଉଦୟପୁର ଆହୁରି ସୁନ୍ଦର ହୋଇଯାଏ I ଦୀପାବଳି ସମୟରେ ଉଦୟପୁର ପରିଦର୍ଶନ କରିବାର ମଜା ସ୍ୱତନ୍ତ୍ର ହୋଇଥାଏ I

ମଦୁରାଇ :

ମଦୁରାଇରେ ଦିୱାଲୀ ଗୋଟିଏ ଦିନ ପୂର୍ବରୁ ପାଳନ କରାଯାଏ I ଏଠାରେ ଏହି ଉତ୍ସବ ନରକ ଚତୁର୍ଦଶୀ ଠାରୁ ବାଣ ଫୁଟI ସହିତ ଆରମ୍ଭ ହୁଏ I ଏହି ଦିନ ପିଲାମାନଙ୍କୁ ଅଦାରସ ସହିତ ତେଲ ମିଶାଇ ସ୍ନାନ କରାଯାଏ I ଏହିଦିନ ମଦୁରାଇରେ ଘରେ ଘରେ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ଦେବୀ ଲକ୍ଷ୍ମୀଙ୍କ ନିକଟରେ ପ୍ରଦ ହୋଇଥାଏ I ଦିପାବଳୀ ଦିନ ମଦୁରାଇରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଇ

ପଣ୍ଡିଚେରୀ :

ସମୁଦ୍ରମଝିରେ ଅବସ୍ଥିତ ଏକ ଚମତ୍କାର ସହର ହେଉଛି ପଣ୍ଡିଚେରୀ/ପୁଡୁଚେରୀ I ଏଠାରେ ଦିପାବଳୀ ପର୍ବ ସପ୍ତାହ ସାରା ପାଳନ କରାଯାଏ I ଦୀପାବଳି ଦିନ, ସମୁଦ୍ର କୂଳରେ ଖୁବ ମସ୍ତି ଚାଲେ I ବିଶେଷ କରି ଯୁବ ଗୋଷ୍ଠୀଙ୍କୁ ପୁଡୁଚେରୀ ଦିପାବଳୀ ବହୁତ ପସନ୍ଦ I

ମଇଶୁର :

ଭାରତରେ ମଇଶୁର ଏକ ପ୍ରାଚୀନ ସହର I ମଇଶୁରର ରାଜା ରାଜୁଡାଙ୍କର ସୁନ୍ଦର ସୁନ୍ଦର ମହଲ ସବୁ ରହିଛି I ଏହିଦିନ ମହଲ ଗୁଡିକୁ ଅତି ସୁନ୍ଦର ଆଲୋକ ମାଳାରେ ସଜାଇଥାନ୍ତି I ଦୀପାବଳିଦିନ ରାତିରେ ଆପଣ ଯଦି ସାରା ମଇଶୁର ସହରକୁ ଦେଖିବେ,ଆପଙ୍କ ନବବଧୂ ପରି ଦେଖାଯିବ I ବିଶେଷକରି ମଇଶୁର ପ୍ୟାଲେସ ର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ ହୋଇଥାଏ I ସେଠାରେ ରାଜ ପରିବାର ଦୀପାବଳୀକୁ ରାଜକୀୟ ଢଙ୍ଗରେ ପାଳନ କରିଥାନ୍ତି I ଯେଉଁମାନେ ଛୁଟିରେ ବୁଲିବାକୁ ଯାଉଥାନ୍ତି ଦୀପାବଳିରେ ମଇଶୁର ପ୍ୟାଲେସ ଯାଇ ଏହାର ସୌନ୍ଦର୍ଯ୍ୟ କୁ ନିହାତି ଉପଭୋଗ କରିବା ଦରକାର I