T-20 ବିଶ୍ୱକପ :ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତ ର ଧମାକାଦାର ବିଜୟ

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା T-20 ବିଶ୍ୱକପ ରେ ଆଜି ଭାରତ ସ୍କଟଲ୍ୟାଣ୍ଡକୁ ମଧ୍ୟରେ ଚାଲୁଥିବା ମ୍ୟାଚ ଏକତରଫା ଭାବେ ଟିମ୍ ଇଣ୍ଡିଆ ଜିତିଯାଇଛି । ଏହି ବିଶ୍ୱକୋରେ ଭାରତ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଛି। ଏହି ମ୍ୟାଚ ପରେ ଭାରତର ରନ୍ ରେଟ୍ ମଧ୍ୟ ଆହୁରି ସୁଦୃଢ଼ ହୋଇଛି। ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ କରିନେଇଛି। ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

କ୍ରମାଗତ ତିନୋଟି ମ୍ୟାଚ୍‌ରେ ଟସ୍ ହାରିବା ପରେ ଆଜି ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ I ସ୍କଟଲ୍ୟାଣ୍ଡ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରାଯାଇଥିଲା I ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍‌ ହରାଇ ୮୯ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି।
ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ପଛରେ ପକାଇବା ପାଇଁ ଭାରତକୁ ଏହି ଲକ୍ଷ୍ୟ ୪୩ ବଲ୍ ଭିତରେ ହାସଲ କରିବାକୁ ଥିଲା। ଆଉ ଏହି କାମକୁ ସହଜ କରିଥିଲେ ଟିମର ଦୁଇ ଓପ୍ନର ଲୋକେଶ ରାହୁଲ ଓ ରୋହିତ୍ ଶର୍ମା। ଦୁହେଁ ୨୩ ବଲରେ ୫୦ ରନ୍ ପୂରଣ କରିଥିଲେ।

ରୋହିତ ୧୬ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୩୦ କରି ଆଉଟ୍ ହୋଇଥିଲେ। ଏହା ପରେ ଲୋକେଶ ରାହୁଲ ମାତ୍ର ୧୮ ବଲ୍‌ରୁ ଟି-୨୦ ଅନ୍ତର୍ଜାତୀୟରେ ୧୫ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଚଳିତ ଟି-୨୦ରେ ଏହା ଦ୍ରୁତତମ ଅର୍ଦ୍ଧଶତକ। ଏହା ପରେ ରାହୁଲ ୧୯ ବଲ୍‌ରୁ ୬ ଚୌକା ଓ ୩ ଛକା ଜରିଆରେ ୫୦ ରନ କରି ଆଉଟ୍ ହୋଇଥିଲେ। ବିଜୟ ଔପଚାରିକତା ପୂରଣ କରିଥିଲେ କୋହଲି ଓ ସୂର୍ଯ୍ୟକୁମାର ଯାଦବ। ଭାରତ ମାତ୍ର ୬.୩ ଓଭରରେ ୮୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିଜୟ ସୂଚକ ଛକା ମାରିଛନ୍ତି। ବିରାଟ କୋହଲି ୨ ରନ କରି ଅପରାଜିତ ଅଛନ୍ତି।

ସ୍କଟଲାଣ୍ଡ ଇନିଂସ

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ସ୍କଟଲାଣ୍ଡ ଦଳ । ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନସେ ୨୪ ରନ କରି ଆଉଟ ହୋଇଥିବା ବେଳେ, କେଲ୍‌ କେଏଜର ୧ରନ, ମାଥ୍ୟୁ କ୍ରସ୍‌ ୨, ରିଚି ବେରିଂଟନ୍‌ ୦, କାଲୁମ ମାକ୍‌ ଲିଓଡ୍‌ ୧୬, ମିଚେଲ ଲିସ୍କ ୨୧ରନ, କ୍ରିସ୍‌ ଗ୍ରେଭସ୍‌ ୧ରନ, ସାଫୟାନ ସରିଫ୍‌ ୦, ଆଲାସଦର ଇଭାନ୍ସ ୦ରନ, ମାର୍କ ଓ୍ବାଟ୍‌ ୧୪ରନ କରି ଆଉଟ ହୋଇଛନ୍ତି ଏବଂ ବ୍ରାଡ୍‌ ହ୍ବିଲ୍‌ ୨ ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ କରିଛନ୍ତି ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡେଜା । ଶାମି ୩ ଓଭରରେ ୧୫ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ରବୀନ୍ଦ୍ର ଜାଡେଜା ୪ ଓଭରରେ ୧୫ ରନ ଦେଇ ୩ ଓ୍ବିକେଟ, ବରୁଣ ଚକ୍ରବର୍ତ୍ତୀ ୩ ଓଭରରେ ୧୫, ଜଶପ୍ରୀତ ବୁମରାହ ୩.୪ ଓଭରରେ ୧୦ ରନ ୨ ଓ୍ବିକେଟ ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

Comments (0)
Add Comment