ଟି-୨୦ ବିଶ୍ୱକପ୍‌: ଆଜି ଭାରତ ଓ ଆଫଗାନିସ୍ତାନ ମ୍ୟାଚ

ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳ ହେବ । ଉଭୟ ଟିମ୍ ବିଜୟ ଲକ୍ଷ୍ୟରେ ଅପରାହ୍ନ ୭ଟା ୩୦ରେ ମଇଦାନକୁ ଓହ୍ଳାଇବେ। ଠେଲିପେଲି ସେମି ଫାଇନାଲ୍‌ କୁ ଯିବାକୁ ହେଲେ ଭାରତ ପାଇଁ ଏହା ଶେଷ ସୁଯୋଗ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏଥିସହ ବିରାଟ କୋହଲି କ୍ରମାଗତ ଚଳିତ ବିଶ୍ଵ କପ୍‌ରେ ତିନି ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଭାରତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ମଧ୍ୟ ଟସ୍ ହାରିଥିଲା। ଆଜିର ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଇଶାନ କିଶନଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଏଥିପାଇଁ ଭାରତ ଆଫଗାନିସ୍ତାନ ଠାରୁ ବିରାଟ ବିଜୟ ଆଶା ରଖିଛି I ଅନ୍ୟପଟେ ଆଫଗାନିସ୍ତାନ ପାଇଁ ଏହି ମ୍ୟାଚ୍ ବେସ୍ ଗୁରୁତପୂର୍ଣ୍ଣ ଅଟେ।
ଆଫଗାନିସ୍ତାନର ବୋଲିଂ ବିଭାଗ ଉନ୍ନତ ଓ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓମୁଜିବ ଉର ରେହମାନ ଯେକୌଣସି ଦଳପାଇଁ ବିପଦ ସାବ୍ୟସ୍ତ ହେବେ
ବିଶ୍ୱକପ୍‌ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି । ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ୨୦୧୦ ବିଶ୍ୱକପ୍‌ରେ ଭାରତ ୭ ୱିକେଟ୍‌ରେ ଆଫଗାନିସ୍ତାନକୁ ହରାଇଥିଲା । ସେହିପରି ୨୦୧୨ରେ ୨୩ ରନ୍‌ରେ ଭାରତ ବିଜୟୀ ହୋଇଥିଲା ।
ଆଜିର ମ୍ୟାଚ୍‌ରେ ଭାରତର ଦଳ ଏକାଦଶ ମଧ୍ୟରେ ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ରହିଛନ୍ତି । ସେହିଭଳି ଆଫଗାନିସ୍ତାନ ଟିମ୍ ଏକାଦଶ ମଧ୍ୟ ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ରହିଛନ୍ତି।

Comments (0)
Add Comment