ସ୍ୱିସ୍ ବ୍ୟାଙ୍କ ଜାରିକଲା ଭାରତୀୟ (କଳାଧନ) ଖାତା ଧାରକଙ୍କ ତୃତୀୟ ତାଲିକା

କଳାଧନକୁ ନେଇ ସ୍ୱିଜରଲାଣ୍ଡ ସହ ହୋଇଥିବା ଚୁକ୍ତି ମୁତାବକ ଏବେ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ (କଳାଧନ)ଖାତା ଧାରକଙ୍କ ତୃତୀୟ ତାଲିକା ପ୍ରକାଶ ପାଇଛି । ଏନେଇ ସ୍ୱିଜରଲାଣ୍ଡ ସରକାର କହିଛନ୍ତି କି ଏହି ତାଲିକାରେ ୯୬ ଟି ଦେଶର ୩୩ ଲକ୍ଷ ଖାତା ଧାରକଙ୍କ ସୂଚନା ଦିଆଯାଇଛି ।
ଏହି ୯୬ ଟି ଦେଶ ମଧ୍ୟରୁ ଭାରତୀୟ ଖାତା ଧାରକଙ୍କ ସୂଚନା ସ୍ୱିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି ।
କହିରଖୁ କି ସ୍ୱିଜରଲାଣ୍ଡ କର ପ୍ରଶାସନ ଦେଇଥିବା ସୂଚନାରେ ଦେଶର ନାମ ଓ ଆଗୁଆ ବିବରଣୀ ପ୍ରଦାନ କରିନାହିଁ । ଅଧିକାରୀ କହିଛନ୍ତି କି ଭାରତକୁ ଲଗାତର ତୃତୀୟ ବର୍ଷ ସୂଚନା ଦିଆଯାଇଛି । ଅନ୍ୟପଟେ ୨୬ ଟି ଦେଶ ସ୍ୱିଜରଲାଣ୍ଡ ସହ ସୂଚନା ସେୟାର କରିଥିବା ବେଳେ ସ୍ୱିଜରଲାଣ୍ଡ ସରକାର ନିଜ ତରଫରୁ କୌଣସି ସୂଚନା ସେୟାର କରିନାହିଁ । ଅନୁମାନ କରାଯାଉଛି କି ତଥ୍ୟ ସୁରକ୍ଷିତ କାରଣରୁ ୧୪ ଟି ଦେଶକୁ ସ୍ୱିଜରଲାଣ୍ଡ ସୂଚନା ଦେବାକୁ ମନା କରିଛି । ଏହାସହ ୧୨ ଟି ଦେଶ ଜାଣିଶୁଣି ସୂଚନା ପ୍ରାପ୍ତ ନକରିବାକୁ ସହମତି ପ୍ରକାଶ କରିଛନ୍ତି ।

Comments (0)
Add Comment