ଜାତୀୟ ଯୁବ ଦିବସ ଉପଲକ୍ଷେ ଗତ ବୁଧବାର ଦିନ ସୋଆ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଅବଦାନ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି ।
ଗୁଗୁଲ୍ ମିଟ୍ ପ୍ଲାଟ୍ଫର୍ମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣ୍ଡଗିରିରେ ଥିବା ଶିବାନନ୍ଦ ଶତବାର୍ଷିକୀ ବାଳକ ବିଦ୍ୟାଳୟର ସଂପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଓ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।
ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ସ୍ୱାମୀ ବିବେକାନନ୍ଦଙ୍କ ର ଭାରତୀୟ ମାନଙ୍କ ପ୍ରତି “ଜାଗ, ନିଦ୍ରା ତେଜି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ ’’ ଆହ୍ୱାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଆହ୍ୱାନ ଭାରତୀୟ ମାନଙ୍କୁ ଜାଗୃତ କରିଥିଲା ବୋଲି ସେ କହିଥିଲେ ।
ପ୍ରଫେସର(ଡଃ) ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସବୁ ସମୟରେ ଏକ ସକାରାତ୍ମକ ମନୋଭାବ ବହନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ପ୍ରତିଦିନ ସମସ୍ତେ ସକାରାତ୍ମକ ଚିନ୍ତାରେ ୫ ମିନିଟ୍ ସମୟ ଉପଯୋଗ କଲେ ଉତମ ଫଳ ମିଳିପାରିବ ବୋଲି ସେ କହିଥିଲେ । ସେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।
ସୋଆର ଡିନ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ଇନଷ୍ଟିଚ୍ୟୁଟ୍ ର ଡିନ୍ , ଏନ୍ଏସଏସ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅତିଥି ଯୋଗ ଦେଇଥିଲେ ।