ଆରମ୍ଭ ହେଲା ସ୍ୱଚ୍ଛ ଭାରତ ମିଶନ ୨.୦ ଓ ଅମୃତ ମିଶନ : ଅଳିଆ ମୁକ୍ତ ହେବ ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନ ୨.୦ ଆରମ୍ଭ କରିଛନ୍ତି। ସ୍ଵଛ ଭାରତ ଅଭିଯାନ ପରେ ଏହି ମିଶନ ବିଶେଷ କରି ପ୍ରତ୍ୟକ ସହରମାନଙ୍କରେ କାର୍ଯ୍ୟକାରୀ ହେବ। ସ୍ୱଚ୍ଛ ଭାରତ ମିଶନ ଓ ଅମୃତ ମିଶନ ଦ୍ୱାରା ସମସ୍ତ ସହରକୁ ଆବର୍ଜନା ମୁକ୍ତ କରିବା ଓ ଜଳ ସଂରକ୍ଷଣର ଲକ୍ଷକୁ ହାସଲ କରିବ ଇ ଏହି ମିଶନ ଅନ୍ତର୍ଗତ ଦ୍ଵିତୀୟ ଥର ପାଇଁ ଅଟଳ ମିଶନ ୨.୦ ମଧ୍ୟ ଆରମ୍ଭ କରାଯାଇଛି I ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ଏହା ପ୍ରସ୍ତୁତ କରାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ ରେ କୁହାଯାଇଛି I
ଏହି ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ନରେନ୍ଦ୍ର ମୋଦି କହିଛନ୍ତି, ୨୦୧୪ ରେ ଦେଶବାସୀଙ୍କ ପାଇଁ ଭାରତକୁ ବାହ୍ୟ ମଳମୁକ୍ତ କରିବାର ସଂକଳ୍ପ ନେଇଥିଲୁ। ଏହାଦ୍ୱାରା ଭାରତରେ ୧୦କୋଟି ଶୌଚାଳୟ ନିର୍ମାଣ ହେବା ସହ ଦେଶବାସୀ ଏହି ସଂକଳ୍ପକୁ ପୁରା କରିଛନ୍ତି। ବର୍ତ୍ତମାନ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ୨.୦ର ଲକ୍ଷ ହେଉଛି ଆବର୍ଜନା ମୁକ୍ତ ସହର ଓ ସହରକୁ ସମ୍ପୁର୍ଣ୍ଣ ଅଳିଆ ମୁକ୍ତ କରିବା।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଅମୃତ ମିଶନ ଦେଶବାସୀଙ୍କୁ ଜଳଯୋଗାଣ ରେ ଅଧୀକ ସାହାଯ୍ୟ କରିବ। ସହରରେ ଥିବା ଲୋକମାନେ ୧୦୦ ପ୍ରତିଶତ ସ୍ୱଚ୍ଛ ପାଣି ପାଇବା, ସ୍ୱେରେଜ ଗୁଡ଼ିକର ଉନ୍ନତମାନର ପ୍ରବନ୍ଧନ ହେବା ଇତ୍ୟାଦି ଲକ୍ଷ ଏହି ଯୋଜନାର ଅନ୍ତର୍ଭୁକ୍ତ। ଏହାର ଆଗାମୀ ଲକ୍ଷ ହେଉଛି ସ୍ୱେରେଜ ଏବଂ ସେପ୍ଟିକ ମ୍ୟାନେଜମେଣ୍ଟ ବଢ଼ାଇବା ,ଏହା ସହ ସହରରେ ଥିବା ନଦୀ ମାନଙ୍କରେ ଯେପରି କୌଣସି ଅପରିଷ୍କାର ନର୍ଦ୍ଦମା ପାଣି ନ ମିଶିବ ସେ ବିଷୟ ରେ ବିଶେଷ ଧ୍ୟାନ ଦିଆଯାଇଛି Iମୋଦି କହିଛନ୍ତି ଯେ ଅମୃତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪,୭୦୦ ସହରାଞ୍ଚଳର ସ୍ଥାନୀୟ ପରିବାର ଲୋକଙ୍କୁ ପ୍ରାୟ ୨.୬୪ କୋଟିର ସ୍ୱେରେଜ ସଂଯୋଗ କରି, ପ୍ରାୟ ୨.୬୮ କୋଟି ଉପକୃତ ହେବେ I
ଏହି ଅବସରରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରି ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନଗର ଉନ୍ନୟନ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment