ଓଡିଶାରେ ସ୍ଥାୟୀ କୃଷି ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ ଉଦ୍‌ଘାଟିତ

ଭୁବନେଶ୍ୱର: କୋକା-କୋଲା ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ସ୍ଥାୟୀ କୃଷି ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟପାଳ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତକୁ ଓଡ଼ିଶା ସମର୍ଥନ କରୁଛି । କୋକା କୋଲା ଫାଉଣ୍ଡେସନ ଓ ସ୍ୱେଦେଶୀର ଉନ୍ନତି ଅମ୍ରିତ ସ୍ଥାୟୀ କୃଷି ପଦକ୍ଷେପ ପୂର୍ବ ଭାରତରେ ଆତ୍ମା ସ୍ଥିରତା ପାଇଁ ପ୍ରେରଣା ଯୋଗାଇବ । କୋକା କୋଲା ଫାଉଣ୍ଡେସନର ପ୍ରକଳ୍ପ ଉନ୍ନତି ଗତ ଦଶନ୍ଧି ମଧ୍ୟରେ ଭାରତରେ ୧୧ଟି ରାଜ୍ୟରେ କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି ଓ ଏହା ସୁଖର କଥା ଯେ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । କୋକାକୋଲା ଫାଉଣ୍ଡେସନର ସଭାପତି ସାଡିଆ ମ୍ୟାଡସ୍‌ବର୍ଗ କହିଥିଲେ ଯେ କୃଷକମାନେ ଭାରତୀୟ ଉଦ୍ୟାନ କୃଷି ପ୍ରଣାଳୀର ମେରୁଦଣ୍ଡ । କୋକାକୋଲା ଫାଉଣ୍ଡେସନର ଆମେ ନିଜର ଉତ୍ସକୁ ବ୍ୟବହାର କରି ପ୍ରକଳ୍ପ ଉନ୍ନତି ମାଧ୍ୟମରେ କୃଷକଙ୍କ ଉନ୍ନତିରେ ସହାୟତା କରୁଥିବା ପଦକ୍ଷେପ ପାଇଁ ପାଣ୍ଠି ସହାୟତା କରିବୁ । କୋକାକୋଲା ଫାଉଣ୍ଡେସନର ଏହି ଆର୍ଥିକ ସହାୟତା କୃଷି ଉତ୍ପାଦନ ତଥା ଜୀବିକା ନିର୍ବାହରେ ସହାୟକ ହୋଇପାରିବ । ପ୍ରକଳ୍ପ ନିର୍ଦ୍ଦେଶକ, ସ୍ୱଦେଶୀ ସୁକାନ୍ତ ପାଣିଗ୍ରାହୀ କହିଥିଲେ ଯେ କୋକାକୋଲା ଫାଉଣ୍ଡେସନପକ୍ଷରୁ ଉନ୍ନତି ଅମ୍ରତି ଶୁଭାରମ୍ଭରେ ଓଡ଼ିଶାର ହଜାର ହଜାର ଆମ୍ବଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଜିଲ୍ଲା ମାନଙ୍କରେ ୧୦ ହଜାର ଏକର ଜମିରେ ୧୦ହଜାର ଚାଷୀଙ୍କୁ ସହାୟତା ଦିଆଯିବ । ବିଗତ ୧୦ବର୍ଷ ମଧ୍ୟରେ ଭାରତର ୧୧ଟି ରାଜ୍ୟରେ ୩୫୦,୦୦୦ରୁ ଅଧିକ ଚାଷୀଙ୍କୁ ଏହା ସଶକ୍ତୀକରଣ କରିଛି । ଏହି ଅବସରରେ ସିଏସ୍‌ଆର କୋଲକାତା ନିର୍ଦ୍ଦେଶକ ରାଜେଶ ଆୟାପିଲା ଓ ଆଦିତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।