ନିର୍ବାଚନ ନେଇ ବଡ଼ ବୟାନ ଦେଲେ ସୁର ରାଉତରାୟ…

ଭୁବନେଶ୍ୱର : ଜଟଣୀ ବିଧାୟକ ସୁର ରାଉତରାୟ ନିର୍ବାଚନୀ ସଭାରେ ବଡ ବୟାନ ଦେଇ କହିଛନ୍ତି, ସେ କଂଗ୍ରେସ ଛାଡିବେ ନାହିଁ । ମାତ୍ର ତାଙ୍କ ପୁଅ ଯେଉଁ ଦଳରୁ ପ୍ରାର୍ଥୀ ହେବେ ସେହି ଦଳକୁ ସେ ସମର୍ଥନ କରିବେ । ଜଣେ ପୋଖତ କଂଗ୍ରେସ ନେତା ଭାବେ ପରିଚିତ ସୁର ବିଭିନ୍ନ ସମୟରେ କଂଗ୍ରେସ ପାଇଁ ବୟାନ ରଖନ୍ତି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବାର ସମ୍ଭାବନା ନାହିଁ । ହେଲେ ତାଙ୍କ ପୁଅ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ, ପୁଅ ବିଧାୟକ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ସୁର ।
ଶନିବାର ଜଟଣୀ ନାଗରିକ କମିଟି ଓ ଜଟଣୀ ନିର୍ବାଚନମଣ୍ଡଳୀର ହଜାର ହଜାର ଜନସାଧାରଣଙ୍କ ଦ୍ୱାରା ଗଙ୍ଗପଡ଼ା ପଞ୍ଚାୟତରେ ଭୁଆସୁଣୀ ପୀଠରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ସୁର ରାଉତରାୟ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ନା ଘୋଷଣା କରିଛନ୍ତି । ମନ୍ମଥ ଯେଉଁ ଦଳରୁ ଟିକେଟ ପାଇ ଲଢିବେ ସେହି ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି । ନିର୍ବାଚନ କିଛି ଦିନ ପୂର୍ବରୁ ହଜାର ହଜାର ସଂଖ୍ୟାରେ କର୍ମୀଙ୍କୁ ଏକାଠି କରି ସୁର ଏକ ନୂଆ ରଣନୀତି କରିଛନ୍ତି । ତେବେ ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇ ନାହିଁ।

ODISHAPOLITICS