କଂଗ୍ରେସ ପ୍ରଚାର ପାଇଁ ମୈଦାନ ରେ ସୁର ରାଉତରାୟ

ପଂଚାୟତ ନିର୍ବାଚନ ମାତ୍ର ଆଉ ଦିନ କେଇଟା ରହିଲା ଇ ପ୍ରଚାର ପାଇଁ ଗାଁ ରାଜନୀତି ଉଠୁଛି ପଡୁଛି ଇ ଗାଁ ଗୁଡିକରେ ୩ ପ୍ରମୁଖ ଦଳ ପକ୍ଷରୁ ଜୋର ଦାର ପ୍ରଚାର ଅଭିଯାନ ଆରମ୍ଭ ହେଲାଣି ଇ ଖୋର୍ଦ୍ଧାରେ ୯ ନ ଜୋନ ପାଇଁ ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତ ରାୟ I ୯ ନ ଜୋନ ରେ କଂଗ୍ରେସ ପାଇଁ ପ୍ରାର୍ଥୀ ହୋଇଛନ୍ତି ଚନ୍ଦ୍ରକାନ୍ତ ମହାରଥୀ ଇ ଗତକାଲି ଜିଲ୍ଲା କଂଗ୍ରେସ ସଭାପତି ଉପେନ୍ଦ୍ର ଲେଙ୍କାଙ୍କ ତତ୍ତ୍ୱାବଧାନ ରେ ସୁର ରାଉତ ରାୟ ଏକ ମୋଟର ସାଇକେଲ ରାଲି ରେ ଯାଇ ,ଛଣଗିରି,ଓଲସିଙ୍ଗ,ଅଚ୍ୟୁତପୁର,କମଗୁରୁ,ଟାଙ୍କଲ,ବଡ଼ ପୋଖରିଆ ଆଦି ପଂଚାୟତ ବୁଲି ଜୋରଦାର ପ୍ରଚାର କରିଛନ୍ତି I ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ ମIରଣ ନୀତି ସମ୍ପର୍କରେ ଭୋଟର ଙ୍କୁ ବୁଝାଇ,କଂଗ୍ରେସ ସପକ୍ଷରେ ଭୋଟ ଦେଇ ନିଜ ଆଶାକୁ ପୁରାଣ କରିବାକୁ ଅନୁରୋଧ କରିଛନ୍ତି ଇ ସେହିପରି ରାଜ୍ୟ ସରକାର ଙ୍କ ଅପାରଗତା ,ଆଇନଶୃଙ୍ଖଳା ପରିସ୍ଥିରେ ବିଶୃଙ୍ଖଳା ବେଲଗାମ ଦରବୃଦ୍ଧି ଇତ୍ୟାଦି ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିବା ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି ଇ ଏହି ଶୋଭାଯାତ୍ରାରେ ଖୋର୍ଦ୍ଧା ବ୍ଲକ କଂଗ୍ରେସ ସଭାପତି ,ଭୂଷଣ ଛୋଟରାୟ ,ରମାକାନ୍ତ ମହାପାତ୍ର ,ଦିଲ୍ଲୀପ ସେଠି ,କରୁଣାକର ସେଠି ,ଚକ୍ରଧର ବରିସଲ ଇତ୍ୟାଦି ପ୍ରମୁଖ ବ୍ୟକ୍ତି ମାନେ ଯୋଗ ଦେଇଥିଲେ I

Comments (0)
Add Comment