ସୁପ୍ରିମକୋର୍ଟଙ୍କ କେନ୍ଦ୍ର କୁ ଚେତାବନୀ : ୧୧ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦିଆଯାଉ

ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଚେତାବନୀ ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବଦଳିଛି । ସୁପ୍ରିମକୋର୍ଟ ୧୧ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି କି ଯଦି ଆଦେଶ ପାଳନ କରାଯିବ ନାହିଁ ତେବେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁଯାୟୀ, ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ଏଏସ ବୋପନ୍ନାଙ୍କ ପୀଠ ସେନାର ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ ଯେ, ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାରେ ବିଫଳତା କାରଣରୁ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ୧୧ ମହିଳା ଅଧିକାରୀଙ୍କ ଦ୍ଵାରା ଦାୟର ଏକ ଅବମାନନା ଆବେଦନ ଉପରେ ଶୁଣାଣି କରିଛନ୍ତି। ଆବେଦନରେ ଅଦାଲତଙ୍କ ଦ୍ଵାରା ଜାରି ନିର୍ଦ୍ଦେଶର ପାଳନ ହେଉନଥିବା ଅଭିଯୋଗ ହୋଇଥିଲା।ସରକାରଙ୍କ ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ ଅଦାଲତରେ କହିଛନ୍ତି ଯେ, ୧୧ ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆମେ ମହିଳା ଏସଏସସି ଅଧିକାର ସଂପର୍କିତ ସମସ୍ତ ବାକି ପ୍ରସଙ୍ଗର ସମାଧାନ ହେତୁ ସେନା ଅଧିକାରଙ୍କ ଉଚିତ୍ ଆଭିମୁଖ୍ୟର ପ୍ରଶଂସା କରୁଛୁ। ସେନା ନିଜ ଅଧିକାରରେ ସର୍ବୋଚ୍ଚ ହୋଇପାରେ। ମାତ୍ର ଦେଶର ସାମ୍ବିଧାନିକ ନ୍ୟାୟାଳୟ ନିଜ ଅଧିକାର କ୍ଷେତ୍ରରେ ସର୍ବୋଚ୍ଚ। ସୁପ୍ରିମକୋର୍ଟ ନିକଟରେ ଭାରତୀୟ ସେନାରେ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Comments (0)
Add Comment