ନ୍ୟାୟର ହତ୍ୟାକୁ ମାନ୍ୟତା ଦେଲେ ସୁପ୍ରିମକୋର୍ଟ: ପାକିସ୍ତାନ

ନୂଆଦିଲ୍ଲୀ:ଜମ୍ମୁକଶ୍ମୀରରୁ ଧାରା ୩୭୦  ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣିବା ପରେ ତାତିଲା ପାକିସ୍ଥାନ ।  ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । କେନ୍ଦ୍ର ସରକାର ଏହାକୁ ଉଚ୍ଛେଦ କରି ଉଚିତ ନିଷ୍ପତ୍ତି ନେଇଛନ୍ତି । ଆଜି ଧାରା ୩୭୦ ଉଚ୍ଛେଦ ଉପରେ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ହେଲେ କୋର୍ଟଙ୍କ ଏହି ରାୟ ଉପରେ ଭଡକିଛି ପାକିସ୍ଥାନ । ଏହି ରାୟ ଉପରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ କୌଣସି ବୟାନ ଦେଇ ନାହିଁ । ବିଦେଶ ମନ୍ତ୍ରାଳୟ ଏହା ଉପରେ ବୟାନ ଜାରି କରିପାରେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ପାକିସ୍ତାନୀ ମିଡିଆ ଅନୁସାର, ବିଦେଶ ମନ୍ତ୍ରାଳୟ ସୋମବାର ସନ୍ଧ୍ୟାରେ ଏହା ଉପରେ ପ୍ରତିକ୍ରିୟା ଦେବ ।

ଅନ୍ୟପକ୍ଷେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ଭାରତୀୟ ସୁପ୍ରିମକୋର୍ଟ ଜାତିସଂଘର ପ୍ରସ୍ତାବ ବିରୋଧରେ ନିଷ୍ପତ୍ତି ଶୁଣାଇ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଘଂନ କରିଛନ୍ତି । ଶେହବାଜ କହିଛନ୍ତି, ଭାରତୀୟ ସୁପ୍ରିମକୋର୍ଟ  ଲକ୍ଷ ଲକ୍ଷ କଶ୍ମୀରବାସୀଙ୍କୁ ଧୋକା ଦେଇଛନ୍ତି ଏବଂ ଏହି ନିଷ୍ପତ୍ତି ନ୍ୟାୟର ହତ୍ୟାକୁ ମାନ୍ୟତା ଦେବା ସହ ସମାନ ।’

ଧାରା ୩୭୦ ଉଚ୍ଛେଦକୁ ଆରମ୍ଭରୁ ବିରୋଧ କରି ଆସୁଛି ପାକିସ୍ତାନ । ଏହାକୁ ଆନ୍ତରାଷ୍ଟ୍ରୀୟ ମଞ୍ଚ ଉପରେ ମଧ୍ୟ ଉଠାଇଥିଲା ପାକିସ୍ତାନ ।