ପ୍ରସିଦ୍ଧ ନୃସିଂହନାଥ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ : ଅସିତ ତ୍ରିପାଠୀ

ପଶ୍ଚିମ ଓଡ଼ିଶା ଗସ୍ତର ଦ୍ୱତୀୟ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ପ୍ରସିଦ୍ଧ ଶୈବପୀଠ ନୃସିଂହନାଥ ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନିଷା ପଟେଲ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅଜିତ କୁମାର ମିଶ୍ରଙ୍କ ସହ ସେ ସମସ୍ତ କାର୍ଯ୍ୟ ବୁଲି ଦେଖିଥିଲେ । ପରେ ସେ ପାଇକମାଳ ବ୍ଲକ୍‌ସ୍ଥିତ ମଣ୍ଡୋସିଲ୍‌ ଗ୍ରାମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀ ଶ୍ରୀ ପୁରୁଷୋତ୍ତମ ସାହୁଙ୍କ ଜୈବ ବିହନ ପ୍ରକି୍ରୟାକରଣ ୟୁନିଟ୍‌ ପରିଦର୍ଶନ କରିଥିଲେ । ୧ କୋଟି ୬୦ ଲକ୍ଷ ବ୍ୟୟ ଅଟକଳରେ ସଂଚାଳିତ ଏହି ପ୍ରକଳ୍ପରେ ଏହି ଉଦ୍ୟୋଗୀ ପ୍ରୋତ୍ସାହନ ରାଶି ଭାବେ ୪୦ ଲକ୍ଷ ଟଙ୍କା ପାଇଥିବା ଜଣାପଡ଼ିଛି । ଜଣାପଡ଼ିଛି ଯେ ଶ୍ରୀ ସାହୁ, ଜୈବିକ ଖତ ପ୍ରସ୍ତୁତ କରି ବରଗଡ଼ ଓ ଆଖପାଖ ଜିଲ୍ଲାର ଚାଷୀମାନଙ୍କୁ ବିକି୍ର କରି ଭଲ ରୋଜଗାର କରିପାରୁଛନ୍ତି । ତାଙ୍କର ପେଶାଦାର ଅଭିଜ୍ଞତା ରହିଛି ଏବଂ ତାଙ୍କର ପ୍ରମାଣନ ବିହନର ଭଲ ଚାହିଦା ରହିଛି । ଅଧ୍ୟକ୍ଷ ଶ୍ରୀ ତି୍ରପାଠୀ ନିକଟସ୍ଥ କୋକୋନରା ଗ୍ରାମର ଦୋଳମଣି ମେହେରଙ୍କ ୫ ଏକର ପରିମିତ ଜମିରେ କରାଯାଇଥିବା ଆମ୍ବ, ପିଜୁଳି, ଡାଳିମ୍ବ, ପଣସ, ଲେମ୍ବୁ ଇତ୍ୟାଦିର କଲମୀକୃତ ଚାଷ ବୁଲି ଦେଖିଥିଲେ । ସେ କଲମୀ ଚାରା ପ୍ରସ୍ତୁତ କରି ସେଗୁଡ଼ିକୁ ଆଗ୍ରହୀ ଚାଷୀମାନଙ୍କୁ ବିକୁଥିବା ଜଣାପଡ଼ିଛି । ଏ ଦିଗରେ ଆଗକୁ ବଢ଼ିବାକୁ ଜିଲ୍ଲାର ଉଦ୍ୟାନ କୃଷି ବିଭାଗ ତର ଫ ରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ଶ୍ରୀ ମେହେର ପ୍ରକାଶ କରିଛନ୍ତି । ସେଠାରୁ ଶ୍ରୀ ତି୍ରପାଠୀ ଭୁବନେଶ୍ୱରପୁର ଯାଇ ପୁଷ୍ପଲତା ଛେଳି ଫାର୍ମ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ୨୬ ଲକ୍ଷ ବିନିଯୋଗକରି ୫୦% ସବ୍‌ସିଡି ପାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଫାର୍ମରେ ୩୦୦ ଛେଳି ରହିଛନ୍ତି ଏବଂ ଆଗକୁ ଏହି ଫାର୍ମର କଳେବର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିବା ସେ କହିଥିଲେ । ପରେ ଶ୍ରୀ ତି୍ରପାଠୀ ଝାରବନ୍ଧ ବ୍ଲକ୍‌ର ଚାଣ୍ଡିଭଟ୍ଟା ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ଥିବା ଲାଇଫ୍‌ ଫାର୍ମିଂ ପ୍ରଡ୍ୟୁସର କମ୍ପାନୀରେ ସାମିଲ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଭାବ ବିନିମୟ କରିଥିଲେ । ସେମାନେ କଳାଧାନ ଓ ମାଣ୍ଡିଆ କିଣି ତାକୁ ଉତ୍ତମ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ କରୁଥିବାର ଅଧିକ ଚାହିଦା ରହିଛି । ବର୍ତ୍ତମାନ ବର୍ଷକୁ ସେମାନେ ୪୫ ଲକ୍ଷ ଟଙ୍କାର କାରବାର କରୁଛନ୍ତି । ଓର୍‌ମାସ୍‌ ଏହି ଏସ୍‌ଏଚ୍‌ଜିକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ମହିଳାମାନେ ବିକାଶର ଏହି ଅଭିନବ ଉଦ୍ୟମଗୁଡ଼ିକରେ ବିଶେଷ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରି ଶ୍ରୀ ତି୍ରପାଠୀ ସନ୍ତୋଷ ପ୍ରକାଶ କରିଥିଲେ । ଆସନ୍ତାକାଲି ଶ୍ରୀ ତି୍ରପାଠୀଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।