ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପୋଲିସ ଆଉ ଏକ ଯୋଜନା ପଣ୍ଡ କରିଛି। ନଭି ମୁମ୍ବାଇର ପନଭେଲ ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ଦାବି କରିଛି ଯେ, ଏହି ଲୋକମାନେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଏବଂ ସେମାନେ ପନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସୂଚନାନୁସାରେ, ଏଥିପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଯୋଜନା ଥିଲା। ନଭି ମୁମ୍ବାଇ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜୀକୃତ କରି ସେମାନଙ୍କୁ ଗିରଫ କରିଛି। ପୋଲିସ ସୂଚନା ପାଇଥିଲା ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ତାଙ୍କ କାନାଡାର ସମ୍ପର୍କୀୟ ଭାଇ ଅନମୋଲ ବିଷ୍ନୋଇ ଏବଂ ସହଯୋଗୀ ଗୋଲଡି ବରାର ସହ ମିଶି ପାକିସ୍ଥାନର ଜଣେ ଅସ୍ତ୍ର ଡିଲରଙ୍କଠାରୁ ଏକେ-୪୭, ଏମ-୧୬ ଏବଂ ଏକେ-୯୨ ସମେତ ଗୁଳି କିଣିଥିଲେ। ଏହାସହ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ। ସୂଚନା ଅନୁଯାୟୀ, ଗିରଫ ଅପରାଧୀ ଏବଂ ଗ୍ୟାଙ୍ଗ ଦ୍ୱାରା ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସେମାନଙ୍କର ଉଦ୍ଦେଶ୍ୟ ଥିଲା ସଲମାନ ଖାନଙ୍କ କାରକୁ ଅଟକାଇବା କିମ୍ବା ଫାର୍ମହାଉସ ଉପରେ ଆକ୍ରମଣ କରିବା। ସୂତ୍ର ଏହା ମଧ୍ୟ କହିଛି ଯେ, ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବାରୁ ଦୁଇ ଜଣ ସୁଟର ଗିରଫ ହେବାର ଏକ ମାସ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଯୋଜନା ପ୍ରସ୍ତୁତ କରିଥିଲେ।

Superstar Salman Khan Not Safe!: Another Conspiracy of Attempted Murder
Comments (0)
Add Comment