ସୁପର ଷ୍ଟାର ରଜନୀକାନ୍ତ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ସାଉଥ ତଥା ବଲିଉଡର ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର Iଏନେଇ ଆଜି ରଜନୀକାନ୍ତ ନିଜ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି “ମୁଁ କେବେ ଆଶା କରିନଥିଲି କି ମୋତେ ଏଭଳି ସମ୍ମାନଜନକ ପୁରସ୍କାର ମିଳିବ” ଏହାସହ ସେ କହିଥିଲେ କି ଗୋଟିଏ ଦୁଖ ରହିଗଲା ଯେ ମୋ ଗୁରୁ କେ. ବାଲାଚନ୍ଦର ଏଭଳି ସମୟରେ ମୋ ପାଖରେ ନାହାଁନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ଆସନ୍ତା କାଲି (୨୫ ଅକ୍ଟୋବର) ଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ସମାରୋହରେ ରଜନୀକାନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏପ୍ରିଲ ୨୦୨୧ ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ଘୋଷଣା କରିଥିଲେ କି ଅଭିନେତା ରଜନୀକାନ୍ତଙ୍କୁ ପୂର୍ବ ୪ ଦଶକ ଧରି ଭାରତୀୟ ସିନେମାରେ ଯୋଗଦାନ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ପୁରସ୍କାର ପ୍ରଦାନ କରାଯିବ ।

Comments (0)
Add Comment