ଫେବୃଆରୀରେ ଫେରିବେ ସୁନିତା ଓ୍ବିଲିୟମ୍ସ

ଓ୍ବାଶିଂଟନ୍: ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିବା ପାଇଁ ସୁନିତା ଓ୍ବିଲିୟମ୍ସଙ୍କୁ ୨୦୨୫ ଫେବୃଆରୀ ହୋଇଯିବ। ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲମୋରଙ୍କ ସହ ସେ ଆହୁରି ପ୍ରାୟ ୮୦ ଦିନ ମହାକାଶ​‌ରେ ବିତାଇବା ପରେ ବୋଙ୍ଗର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ  କିମ୍ବା ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ହିଁ ଫେରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସୂଚନା ମିଳିଛି। ଶନିବାର ନାସା ପକ୍ଷରୁ ଦୁଇ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପୂର୍ବରୁ ବିଶେଷଜ୍ଞମାନେ ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଶନିବାରକୁ ନିଷ୍ପତି ଅଟକିଥିଲା। ତେବେ ନାସା ପକ୍ଷରୁ ସୁନିତା ଓ ଓ୍ବିଲମୋରଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ରହିଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି। ସେମାନଙ୍କୁ ସୁସ୍ଥ ରଖିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ବିଜ୍ଞପ୍ତିରେ କୁହାଯାଇଛି। ତେବେ ଗତ ଜୁନ୍ ମାସରୁ ସେମାନେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି।