ସୁମନ ସୌରଭଙ୍କ ପୁସ୍ତକ ଉନ୍ମୋଚିତ

କିଟ୍‍ର ପୁରାତନ ଛାତ୍ର ତଥା ଆଇଏଏସ୍‍ ଅଧିକାରୀ ସୁମନ ସୌରଭ ମହାନ୍ତିଙ୍କ ଲିଖିତ ପୁସ୍ତକ ‘ଆକ୍‍ ସିଭିଲ୍‍ ସର୍ଭିସେସ୍‍
ଏକ୍‍ଜାମିନେସନ୍‍ସ ଉଇଥ ପବ୍ଲିକ୍‍ ଆଡ଼୍‍ମିନିଷ୍ଟ୍ରେସନ୍‍ ଥ୍ରୁ ମଡେଲ୍‍ କ୍ୱେଶ୍ଚିନ୍‍ ଆନ୍‍ସରସ୍‍’କୁ କନ୍ଧମାଳ ସାଂସଦ ତଥା କିଟ୍‍ ଓ
କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉନ୍ମୋଚନ କରିଛନ୍ତି । ପୁସ୍ତକକୁ ଉନ୍ମୋଚନ କରି ଶ୍ରୀ ସାମନ୍ତ କହିଲେ, ଏହା କିଟ୍‍ ପାଇଁ
ଗୌରବର ବିଷୟ । କାରଣ କିଟ୍‍ର ଜଣେ ଛାତ୍ର ନିଜ ଅଧ୍ୟବସାୟ ବଳରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶ୍ରେଷ୍ଠ
୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ ମଧ୍ୟ ବହୁ ବ୍ୟସ୍ତତା ମଧ୍ୟରେ ଥାଇ ଅନ୍ୟ
ଆଇଏଏସ୍‍ ଆକାଙ୍‍କ୍ଷୀ ପିଲାଙ୍କ ପାଇଁ ବହି ଲେଖିବା କଷ୍ଟକର କାମ । ତଥାପି ସୁମନ ଏହା କରି ଦେଖାଇ ପାରିଛନ୍ତି ।
ସେଥିପାଇଁ ଶ୍ରୀ ସାମନ୍ତ ସୁମନଙ୍କୁ ଧନ୍ୟବାଦ ଜଣାଇଥିଲେ । ସୁମନ ସୌରଭ ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେବା ସହ
ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି କହିଥିଲେ । ପୁସ୍ତକରେ
ୟୁପିଏସ୍‍ସି, ଓପିଏସ୍‍ସି, ଅନ୍ୟାନ୍ୟ ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷା ପାଇଁ ସରଳ ସମାଧାନ ପ୍ରଦାନ କରିଛନ୍ତି ସୁମନ । କାର୍ଯ୍ୟକ୍ରମରେ
ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି,
ସୁମନ ସୌରଭଙ୍କ ପତ୍ନୀ ଆଇଏଏସ୍‍ ନମାମୀ, ଶିକ୍ଷାବିତ୍‍ ପ୍ରଫେସର ଶଶାଙ୍କ ଚୁଡ଼ାମଣୀ, ସୁମନ୍ତଙ୍କ ପିତାମାତା ଓ କିଟ୍‍ର ବହୁ
ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ