ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ଭାବରେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର ମହାନଗର ନିଗମ ର ପ୍ରଥମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିତ ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ବିଏମ୍‌ସି ମେୟର ଭାବେ ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହାପରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ମେୟର ସୁଲୋଚନା ଦାସ ପ୍ରଥମେ ଶପଥ ନେବା ପରେ ଅନ୍ୟ ୬୭ଜଣ କର୍ପୋରେଟର ଶପଥ ନେଇଥିଲେ।