ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୬ରେ ଭାରତକୁ ୩୦ ମିନିଟ ବ୍ୟବଧାନରେ ମିଳିଛି ୩ଟି ସ୍ୱର୍ଣ୍ଣ ପଦକ। ବକ୍ସିଂରୁ ୨ଟି ଓ ୬୫ କେଜି କୁସ୍ତିରୁ ଗୋଟିଏ ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ବକ୍ସିଂରେ ଦେଶକୁ ହ୍ୟାଟ୍ରିକ ସ୍ୱର୍ଣ୍ଣିମ ସଫଳତା ମଧ୍ୟ ମିଳିଛି। ୬୫ କେଜି ମହିଳା ବକ୍ସିଂ ବର୍ଗରେ ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଛନ୍ତି ପରବୀନ ହୁଡ୍ଡା। ସେ ଆଜି ପାଇନାଲ୍ରେ ଚାଇନିଜ ତାଇପେଇର ଚେନଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି। ୮୦ କେଜି ପୁରୁଷ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ଅଙ୍କୁଶ। ସେ ଫାଇନାଲରେ କୋରିଆର କିମଙ୍କୁ ୪-୦ ସର୍ବସମ୍ମତିକ୍ରମେ ହରାଇ ଏହି ସଫଳତା ପାଇଛନ୍ତି। ଏହାପୂର୍ବରୁ ୭୫ କେଜି ବର୍ଗରେ ଷ୍ଟାର ମହିଳା ବକ୍ସର ଲଭଲିନା ମଧ୍ୟ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏବେ ଏହି ତାଲିକାରେ ପରବୀନ ଓ ଅଙ୍କୁଶ ଯୋଡ଼ି ହୋଇଯାଇଛନ୍ତି। ୬୫ କେଜି କୁସ୍ତିରେ ଭାରତର ସୁଜିତ କମାଲ କରିଛନ୍ତି। ଫାଇନାଲରେ ସେ ପଛରେ ଥିବା ସତ୍ତ୍ୱେ ୧୦-୯ରେ ବାଜି ମାରି ନେଇଛନ୍ତି। ସୁଜିତଙ୍କ ସ୍ୱର୍ଣ୍ଣ ସଫଳତା ପରେ ଏସିଆନ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।