ବାଲେଶ୍ୱର ଚାନ୍ଦିପୁର ଘାଟିରୁ କ୍ଷେପଣାସ୍ତ୍ର ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସର ଆଜି ସଫଳ ଉତ୍କ୍ଷେପଣ ହୋଇଛି । ଏହା ବ୍ରହ୍ମୋସର ଅପଡେଟେଡ୍ ଭର୍ସନ ।ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଦିନ ୧୦ଟା ୪୦ ମିନିଟରେ ଏହି ପରୀକ୍ଷା କରାଯାଇଛି।
ଖବର ଅନୁଯାୟୀ, ଆଇଟିସିଏମ୍ ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍ ମିସାଇଲ୍ ବ୍ରହ୍ମୋସ । ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ପର୍ଯ୍ୟନ୍ତ । ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିସାଇଲ । ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହା ବାୟୁସେନାର ଶକ୍ତିକୁ ଆହୁରୀ ମଜ୍ବୁତ୍ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ମିଜାଇଲ୍ର ଲକ୍ଷ ଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ପ୍ରଥମଥର ପାଇଁ ଏହାର ଲକ୍ଷ୍ୟ ଭେଦ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି । ପୂର୍ବ ଅପେକ୍ଷା ଏହି ମିଜାଇଲ ୪ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।
ଏହି କ୍ଷେପଣାସ୍ତ୍ରକୁ ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି । ସୁପର ସୋନିକ୍ କ୍ରୁଜ୍ ମିଜାଇଲ ବ୍ରହ୍ମୋସକୁ କ୍ଷେପଣାସ୍ତ୍ର ବିଧ୍ୱଂଶକାରୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ।
ଏହି ମିଜାଇଲର ଲମ୍ବ ୮. ୪ ମିଟର ଥିବା ବେଳେ ଓସାର ୦. ୬ ମିଟର ଏହି କ୍ରୁଜ ମିଜାଇଲ ୨.୫ ଟନ ପର୍ଯ୍ୟନ୍ତ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।