ଦ୍ରୁତଗତି ସମ୍ପନ୍ନ ଚାଳକ ବିହୀନ “ଅଭ୍ୟାସ” କ୍ଷେପଣାସ୍ତ୍ରର ର ସଫଳ ପରୀକ୍ଷଣ

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଶୁକ୍ରବାର ଦ୍ରୁତଗତି ସମ୍ପନ୍ନ ତଥା ଚାଳକ ବିହୀନ “ଅଭ୍ୟାସ’ କ୍ଷେପଣାସ୍ତ୍ରରର ପ୍ରତିରୂପ କ୍ଷେପଣାସ୍ତ୍ର (ଡମି) ର ସଫଳ ପରୀକ୍ଷଣ ହୋଇଯାଇଛି । ପୂର୍ବ ରୁ ‘ବଂଶୀ ‘ନାମକ ଏକ ଚାଳକ ବିହୀନ କ୍ଷେପଣାସ୍ତ୍ର ଆକାଶ କୁ ପ୍ରେରଣ କରାଯାଇଥିଲା ଇ ଏହାପରେ ଅସଲି କ୍ଷେପଣାସ୍ତ୍ର ଛଡାଯାଇ ପ୍ରକୃତ ଲକ୍ଷଭେଦ କରାଯାଉଥିଲା ଇ ଏହା କୁ କ୍ଷେପଣାସ୍ତ୍ର ଘାଟିର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା । ପରୀକ୍ଷଣ ବେଳେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ-ଆଧାରିତ ନିୟନ୍ତ୍ରକରୁ ଟାର୍ଗେଟକୁ ଉତ୍‌କ୍ଷେପଣ କରାଯାଇଥିଲା ।

“ଅଭ୍ୟାସ’ ହେଉଛି ଚାଳକବିହୀନ ଦ୍ରୁତଗାମୀ ଟାର୍ଗେଟ୍‌ ଏୟାର କ୍ରାଫ୍‌ଟ ଯାହାର ରାଡାର, ଇଲେକ୍ଟ୍ରୋ ଅପଟିକ ସିଷ୍ଟମ୍‌ ଦ୍ୱାରା ଏହା ପରିଚାଳିତ । ଏହା ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଓ ଏହା ଏମଇଏମଏସ ନାଭିଗେସନ ସିଷ୍ଟମରେ କାମ କରିଥାଏ Iବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ପ୍ରଣାଳୀରେ ସଫଳ ପରୀକ୍ଷା ପାଇଁ ଏହି ଯାନକୁ ଏକ ବିମାନ ଲକ୍ଷଭେଦ ଭାବରେ ବ୍ୟବହାର କରାଯାଇ ପାରିବ I

Comments (0)
Add Comment