ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଆଜି ସକାଳ ୧୧ଟା ସମୟରେ ବାଲେଶ୍ୱର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରେ ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଅଗ୍ନି ପ୍ରାଇମ୍‌ ହେଉଛି ଅଗ୍ନି ସିରିଜର ଏକ ଆଧୁନିକ କ୍ଷେପଣାସ୍ତ୍ର। ଏହାସହିତ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି ।
ଖବର ଅନୁଯାୟୀ, ଅଗ୍ନି ସିରିଜ୍‌ର ଏହି ମିସାଇଲ୍‌ ଅତ୍ୟାଧୁନିକ ଜ୍ଞାନକୌଶଳ ରେ ନିର୍ମିତ ହୋଇଛି । ଯାହା ପରମାଣୁ ଶକ୍ତି ସମ୍ପ୍ପନ୍ନ ଅଟେ ଡିଆର୍‌ଡିଓ ପ୍ରସ୍ତୁତ କରିଥିବା ଏହି ମିସାଇଲ୍‌ର ଲକ୍ଷ୍ୟଭେଦ କ୍ଷମତା ୧ହଜାର କିମିରୁ ୨ହଜାର କିମି ପର୍ଯ୍ୟନ୍ତ ରହିଛି । ଏହାଦ୍ୱାରା ଏହି କ୍ଷେପଣାସ୍ତ୍ର ୧୦୦୦ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷଙ୍କୁ ଆକ୍ରମଣ କରିପାରିବ। ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରକୁ ଆଜି ଦ୍ୱିତୀୟ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଅର୍ଥାତ ଜୁନ୍‌ ୨୮ ତାରିଖରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ପରମାଣୁ କ୍ଷମତା ସମ୍ପନ୍ନ ଏହି କ୍ଷେପଣାସ୍ତ୍ରରେ ଏବେ ବହୁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି। ଏଥିରେ ଏହାକୁ ଟ୍ରେନ୍‌ କିମ୍ବା କଣ୍ଟେନରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ। ସେହିପରି ଅଗ୍ନି ପ୍ରାଇମ୍‌ର ଓଜନ କମ୍‌ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହେବ ବୋଲି କହିଛନ୍ତି ।
ଅନ୍ୟପଟେ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ ପରେ ଡିଆର୍‌ଡିଓକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଅତୀତରେ ଓଡ଼ିଶାର ଚାନ୍ଦିପୁରରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏହା ପୂର୍ବରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି ସିପ୍‌ ସଫଳତାର ସହ ପରୀକ୍ଷଣ କରାଯାଇଥିଲା।

Comments (0)
Add Comment