ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତର ସଫଳତା, ପ୍ରକଳ୍ପର ସେଚାଞ୍ଚଳ ୩୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଗଞ୍ଜାମ ଜିଲାର ପଦରବଳୀ ଗ୍ରାମର ଗୋବିନ୍ଦ ଚନ୍ଦ୍ର ଗୌଡ, ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଜଣେ ସଫଳ ଚାଷୀ। ଏହି ଜଳସେଚନ ପ୍ରକଳ୍ପ ଆରମ୍ଭରୁ ଏକ ଦୀର୍ଘ ମିଆଦି ଜଳ ପରିଚାଳନା ସହିତ ଜଳସେଚନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ଏହି ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତର ଚାଷୀମାନେ ଜଳକର ଆଦାୟ କରୁଛନ୍ତି। ଦକ୍ଷ ପରିଚାଳନା କାର୍ଯ୍ୟକ୍ରମ ସହିତ ଫସଲ ବିବିଧିକରଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ସଫଳତାର ସହ ସମ୍ପାଦନ କରୁଛନ୍ତି।

ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ନେତୃତ୍ୱରେ ସମସ୍ତଙ୍କର ସହଯୋଗରେ ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସେଚାଞ୍ଚଳକୁ ସେମାନେ ୩୦ ପ୍ରତିଶତ ବୃଦ୍ଧି କରିପାରିଛନ୍ତି। ଉନ୍ନତ ଜ୍ଞାନ କୌଶଳର ଉପଯୋଗ କରିବିଭିନ୍ନ ଉନ୍ନତିମୂଳକ କୃଷି କାର୍ଯ୍ୟକ୍ରମ କରୁଥିବାରୁସେମାନଙ୍କର ଏହି ଉଦ୍ୟମ ଅନ୍ୟ ପ୍ରକଳ୍ପତଥା ପାଣି ପଞ୍ଚାୟତପାଇଁ ଉଦାହରଣ ହୋଇଛି। ତେଣୁ ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତକୁ ଉତ୍ତମ ଜଳ ଉପଭୋକ୍ତା ସଂଘ ଭାବରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସେମାନେ ଗର୍ବିତ ବୋଲି କୁହନ୍ତି ଗୋବିନ୍ଦ ଚନ୍ଦ୍ର ଗୌଡ।