LPG ରୋଷେଇ ଗ୍ୟାସ୍ ଉପରେ ପୁଣି ଆରମ୍ଭ ହେବ ସବସିଡି

ଏଲପିଜି ରନ୍ଧନ ଗ୍ୟାସ ଗ୍ରାହକଙ୍କୁ ସରକାରଙ୍କ ତରଫରୁ ମିଳିବ ସବସିଡି I ୨୦୨୨ରେ ବଜେଟରେ ଏଲପିଜି ଉପରେ ବନ୍ଦ ଥିବା ସବସିଡି କୁ ୨୦୨୩ରେ କେନ୍ଦ୍ର ସରକାର ପୁଣି ଥରେ ଆରମ୍ଭ କରିପାରନ୍ତି। ଯଦି ସରକାର ଯୋଜନା ପୁଣି ଲାଗୁ କରନ୍ତି ତେବେ ଦେଶର ପ୍ରାୟ ୯ କୋଟି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିପାରନ୍ତା। ସେହି ଅନୁସାରେ ବର୍ତ୍ତମାନ LPG ସବସିଡିର ଲାଭ କେବଳ ଉଜ୍ଜଳ ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଛି। ଏଲପିଜି ସବସିଡି ରିଲିଫରୁ ଅନ୍ୟ ସମସ୍ତଉ ପଭୋକ୍ତା ବାଦ ପଡିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସରକାର କରୋନା ମହାମାରୀ ପରେ ୨୦୨୦ ମସିହାରୁ ଏଲପିଜି ସବସିଡି ବନ୍ଦ କରିଦେଇଥିଲେ। ସରକାର ଏଲପିଜି ସବସିଡି ବନ୍ଦ କରି ୨୦୨୧-୨୨ ବର୍ଷରେ ୧୧,୬୫୪ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ଏହି ସମୟ ମଧ୍ୟରେ ଉଜ୍ଜଳI ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ଲୋକଙ୍କୁ କେବଳ ୨୪୨ କୋଟି ଟଙ୍କା ସବସିଡି ପ୍ରଦାନ କରାଯାଇଥିଲା। ଏକ ବର୍ଷ ପୂର୍ବେ ସରକାର ଏଲପିଜି ସବସିଡି ଭାବରେ ୧୧,୮୯୬ କୋଟି ଟଙ୍କା ପ୍ରଦାନ କରିଥିଲେ। ତେବେ ଉଜ୍ଜ୍ୱଳା ଯୋଜନା ଆକାରରେ ଯେଉଁ ଉପଭୋକ୍ତାଙ୍କୁ ଗ୍ୟାସ୍ ସିଲିଣ୍ଡର ଦିଆଯାଇଥିଲା ସେମାନଙ୍କ ଖାତାରେ କେବଳ ୨୦୦ ଟଙ୍କା ସବସିଡି ଦିଆଯାଉଛି ।