ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା

ଭୁବନେଶ୍ବର: ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ।  ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ୯୮ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି । ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ।  ମାର୍ଚ୍ଚ ୮ ତାରିଖରେ ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦିତ୍ୱୀୟ କିସ୍ତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରକାଶ ଯେ, ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି ।  ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ୫ ହଜାର ଟଙ୍କା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ଦିଆଯାଇଛି ।