ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ରକ୍ଷାବନ୍ଧନ ଅବସରରେ ମିଳିବ ‘ସୁଭଦ୍ରା’ ଯୋଜନାର ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀ ପ୍ରଥମ ଥର ପାଇଁ ଏହି ସହାୟତା ପାଇବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କର ପୂର୍ବରୁ ଏକାଧିକ କିସ୍ତି (ଇନଷ୍ଟଲମେଣ୍ଟ) ବାକି ଅଛି, ଫିଲ୍ଡ ଯାଞ୍ଚ ପରେ ସେମାନଙ୍କୁ ସବୁ କିସ୍ତି ଟଙ୍କା ଏକକାଳୀନ ପ୍ରଦାନ କରାଯିବ। ସେହିପରି ପଞ୍ଚମ କିସ୍ତି ପ୍ରଦାନର ମାସକ ପରେ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି।