ପୋଲିସର ମାଡ ପ୍ରତିବାଦରେ ଛାତ୍ର କଂଗ୍ରେସର ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଧାରଣା

ଗତ ୧୦ ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଧାନସଭା ଘେରାଓ କରାଯାଇଥିଲା । ବିକ୍ଷୋଭ ବେଳେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା, ଟମାଟୋ, ପଥର ଫୋପାଡିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ ମଧ୍ୟ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିଥିଲା । ପୋଲିସ ର ଆକ୍ରମଣ ସମୟରେ କିଛି କଂଗ୍ରେସ କର୍ମୀଙ୍କର ମୁଣ୍ଡ ଫାଟିଯାଇଥିବା ର ଦେଖାଯାଇ ଥିଲା I ସହିଭଳି କିଛି ଆନ୍ଦୋଳନ କାରି ପୋଲିସ ଭ୍ୟାନ୍ରୁ ରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ବୋଲି ପୋଲିସ ପକ୍ଷରୁ ପାଲଟା ଅଭିଯୋଗ ହୋଇଥିଲା ଇ ତେବେ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଆଜି ପ୍ରତିବାଦ କରୁଛି ଛାତ୍ର କଂଗ୍ରେସ ପୋଲିସ ଡିସିପି ଅଫିସ ଘେରାଉ କରିବା ସହିତ ଧାରଣାରେ ବସିଛନ୍ତି ।

କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣାରେ ପୂର୍ବରୁ ରାଜ୍ୟ କଂଗ୍ରେସର ନେତୃବୃନ୍ଦ ଏକାଠି ହୋଇ ଏହାର ତୀବ୍ର ନିନ୍ଦା କରିଛନ୍ତି। କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଗତ ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ କହି ଆସୁଛନ୍ତି ଆଇନ ତା’ ବାଟରେ ଯିବ। ଆଇନର ତଦନ୍ତକୁ ବାଟବଣା କରି ଗୃହ ରାଜ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଛାତ୍ର କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା କର୍ମୀଙ୍କୁ ପୁଲିସର ଆକ୍ରମଣ ନିନ୍ଦନୀୟ । ପୁଲିସ ନିଜର ସୀମା ଅତିକ୍ରମ କରି କଂଗ୍ରେସ ଭବନରେ ପଶି ଆକ୍ରମଣ କରିବା ଦଣ୍ଡନୀୟ ଅପରାଧ
ସ୍ବାଧୀନତା ଆନ୍ଦୋଳନ ବେଳେ କଂଗ୍ରେସର ଲକ୍ଷାଧିକ କର୍ମୀ ବ୍ରିଟିସ ପୁଲିସର ଗୁଳିକୁ ଡରି ନ ଥିଲେ। ଏବେ ମଧ୍ୟ ପୁଲିସର ଲାଠିମାଡ଼କୁ ଡରିବେ ନାହିଁ ।ଏବଂ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Comments (0)
Add Comment