ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରକୁ ଛାତ୍ର କଂଗ୍ରେସର ଅଣ୍ଡା ମାଡ଼

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ପୁରୀଜିଲ୍ଲା ୧୧ନ.ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି। ଏହା ସହିତ ତାଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି I ବିକ୍ଷୋଭ କରିବା ସହ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହାପରେ ପୋଲିସ ଓ ଛାତ୍ର କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାପରେ ପୋଲିସ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ।

ଅନ୍ୟପକ୍ଷେ, ଗତକାଲି ମୃତ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ ଭାଇରାଲ ହେବା ପରେ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ଛାତ୍ର କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି । ଭାଇରାଲ ହୋଇଥିବା ଅଡିଓରେ ମୃତ ଧର୍ମେନ୍ଦ୍ର ସାହୁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସାମ୍ବାଦିକଙ୍କୁ ଫୋନରେ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ କହିଛନ୍ତି I ସେ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ତାଙ୍କ ପତ୍ନୀ, ଶ୍ୱଶୁରଙ୍କ ସହ ଆଉ କିଛି ଲୋକଙ୍କୁ ଦାୟୀ କରି ସେମାନଙ୍କ ନାଁ ନେଉନଥିବା ଜଣାପଡ଼ିଥିଲା। ଏହାସହ ତାଙ୍କ କଥା ରେକର୍ଡିଂ କରି ରଖ ବୋଲି ମଧ୍ୟ ସମ୍ପୃକ୍ତ ବନ୍ଧୁଙ୍କୁ ଫୋନରେ କହୁଥିବା ଶୁଣିବାକୁ ମିଳୁଛି। ଏହି ଅଡିଓ ସମ୍ପର୍କରେ ଗତକାଲି ପ୍ରେସ୍‌ମିଟ୍‌ରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ତେବେ ଏଥିରେ ସତ୍ୟତା କେତେ, ଗୋପ ଯାଇ ତାର ଛାନଭିନ୍ କରିପାରେ ପୋଲିସ। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଆଉ କାହା ସହ କଥା ହୋଇଥିଲେ ତା’ର ମଧ୍ୟ ତଦନ୍ତ କରିବ ପୋଲିସ୍‌। ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଏକାଧିକ ଲୋକଙ୍କ ସହ ଫୋନ୍‌ରେ କଥା ହୋଇଥିବା ପୋଲିସ ସୂଚନା ପାଇଛି। ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ବେଳେ ଏହାକୁ ନେଇ ବିବାଦ ବଢିବାର ଲାଗିଛି । ଯାହାଫଳରେ ଆଜି ଛାତ୍ର କଂଗ୍ରସ କର୍ମୀମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନରେ ଭିକ୍ଷୋପ କରିବା ସହ ଅଣ୍ଡା ଏବଂ ଟମାଟୋ ମାଡ କରିଥିଲେ ।

CRIMEOF THE HOUSE OF MINISTER SAMEER DASTHROWN EGGS