ଏଫଏମ କଲେଜରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ, ହୋଇପାରେ ଏୟାର ଲିଫ୍ଟ

ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ। ଗତକାଲି ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ବିପଦ ମୁକ୍ତ ହୋଇପାରି ନାହାଁନ୍ତି। ତାଙ୍କୁ ଚିକିତ୍ସା କରିବା ପାଇଁ ଏମସରେ ଏକ ଡାକ୍ତରି ଦଳ ଗଠନ କରାଯାଇଛି। ହେଲେ ଛାତ୍ରୀଙ୍କ ଅବସ୍ଥାରେ କୌଣସି ସୁଧାର ଆସିପାରି ନାହିଁ। ଏପଟେ ରାଜ୍ୟ ସରକାର କହିଛନ୍ତି ଯେ, ଯଦି ଛାତ୍ରୀଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ତେବେ ତାଙ୍କୁ ଏୟାର ଲିଫ୍ଟ କରାଯିବ। ଏ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। ହେଲେ ସେପଟେ ଛାତ୍ରୀଙ୍କ ଯେପରି ଅବସ୍ଥା ସେଥିରେ ଏୟାର ଲିଫ୍ଟ କରିବା ସମ୍ଭବ ନୁହେଁ ବୋଲି ଜଣାପଡିଛି। ଗତକାଲି କଲେଜର ଜଣେ ସହକାରୀ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି କଲେଜ ଅଧ୍ୟକ୍ଷ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀ ଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ହେଲେ କେହି କିଛି ଶୁଣିଲେ ନାହିଁ। ଏହାପରେ ଛାତ୍ରୀଜଣଙ୍କ ପୋଲିସର ଏଫଆଇଆର ଦେଲେ। କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେବେ ଗତକାଲି ଅଧ୍ୟକ୍ଷ ଛାତ୍ରୀଙ୍କୁ ଡାକି ଏହି ଅଭିଯୋଗ ପ୍ରତ୍ୟାହର କରିବା ପାଇଁ ଚାପ ପକାଇଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣଙ୍କ ଉତକ୍ଷିପ୍ତ ହୋଇପଡିଥିଲେ। ଅଧ୍ୟକ୍ଷକଙ୍କ ଅଫିସରୁ ବାହାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Student who committed suicide at FM College is in critical condition