ରେଳବାଇ ନିଯୁକ୍ତିରେ ଛାତ୍ର ଅଶାନ୍ତି : ଟ୍ରେନ୍‌ରେ ନିଆଁ ଲାଗାଇ ଦେଲେ ଉତ୍ତ୍ୟକ୍ତ ଛାତ୍ର

ବିହାରରେ ରେଳବାଇ ନିଯୁକ୍ତି ବୋର୍ଡର ଏନଟିପିସି ପରୀକ୍ଷା ଫଳାଫଳ କୁ ନେଇ ନେଇ ପ୍ରାର୍ଥୀଙ୍କ ର ତୀବ୍ର ବିରୋଧ ଜାରି ରହିଛି। ଆଜି ତୃତୀୟ ଦିନରେ ଛାତ୍ରମାନେ ଗୟା ରେଲୱେ ଜଙ୍କସନ ପ୍ଲାଟଫର୍ମ ମଧ୍ୟକୁ ପଥର ମାଡ଼ କରିଥିଲେ I ଏହା ସହିତ ଉତ୍ୟକ୍ତ ଛାତ୍ରମାନେ ବିହାରରର ଷ୍ଟେସନରେ ଠିଆ ହୋଇଥିବା ଟ୍ରେନକୁ ନିଆଁ ଲଗାଇ ଦେଇଥିଲେ । ଏହି ହିଂସାକାଣ୍ଡ ପରେ ନନ୍‌ ଟେକନିକାଲ ପପୁଲାର କେଟାଗୋରିଜ୍(ଏନଟିପିସି) ବର୍ଗର ଟେଷ୍ଟକୁ ବାତିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଆରଆରବି ଅଧୀନରେ ହୋଇଥିବା ନିଯୁକ୍ତି ପରୀକ୍ଷାରେ ପାସ୍ କରିଥିବା ପିଲାମାନଙ୍କର ଫଳାଫଳକୁ ନେଇ ଯାଞ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉଭୟ ପାସ୍ ଓ ଫେଲ କ୍ଷେତ୍ରରେ ଯାଞ୍ଚ କରାଯିବ।

ଉଭୟ ପକ୍ଷଙ୍କଠାରୁ ଆବେଦନ ଶୁଣିବା ପରେ ଏକ କମିଟି ରେଳୱେ ମନ୍ତ୍ରୀଙ୍କୁ ରିପୋର୍ଟ ଦେବ। ଏଥିସହ ଯେଉଁମାନେ ଟ୍ରେନ୍ ପୋଡ଼ା ଜଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ରେଳୱେ ପକ୍ଷରୁ ସେମାନଙ୍କୁ ନୋଟିସ୍ କରାଯା‌ଇଛି। ଏହି ଭଙ୍ଗାରୁଜାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ରେଲଲୱେରେ ହେବାକୁ ଥିବା ପରୀକ୍ଷାରେ ବାଦ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

Comments (0)
Add Comment