ଛାତ୍ର କଂଗ୍ରେସର ବିକ୍ଷୋଭ;ରାଜମହଲ ଛକରୁ ନବୀନ ନିବାସ ଘେରାଉ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ କୁ ନେଇ ଛାତ୍ର କଂଗ୍ରେସର ରଣହୁଙ୍କାର । ରାଜମହଲ ଛକରୁ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଶିଶୁଭବନ ଛକରେ ଛାତ୍ର କଂଗ୍ରସକୁ ରୋକିବାକୁ ଚେଷ୍ଟା କରିଥିଲେ ପୋଲିସକର୍ମୀ । ଉଭୟଙ୍କ ମଧ୍ୟର ଘଟଣା ସ୍ଥଳରେ ଧସ୍ତାଧସ୍ତି ହୋଇଥିଲା ।

ଏହି ସମୟରେ ପୋଲିସ ଉପରକୁ ଟମାେଟା ମାଡ଼ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । କିଛି ଛାତ୍ରଙ୍କୁ ଧାରଣା ସ୍ଥଳରୁ ଉଠାଇ ନେଇଛି ପୋଲିସ ।ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ସମସ୍ୟାକୁ ନେଇ ଏଭଳି ରଣହୁଙ୍କାର ଦେଇଛି ଛାତ୍ର କଂଗ୍ରେସ । ପ୍ରଶ୍ନପତ୍ର ଲିକ୍, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷାନୀତିକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ ।

ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ବିରାଟ ରାଲି କରାଯାଉଛି । ଏହି ରାଲିରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହିତ ତମାମ ଛାତ୍ରନେତାମାନେ ସାମିଲ ହେଇଛନ୍ତି । ସରକାର ବିରୋଧରେ ସୋଗ୍ଲାନ ଦେଇ ପ୍ରତିବାଦ କରିଛନ୍ତି ।