ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଡାକଡି ସୁରକ୍ଷା ବ୍ୟବସ୍ଥା

ଆସନ୍ତାକାଲି ରାଜ୍ୟରେ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ I ଭୁବନଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସିସିଟଭି ଛାଉଣୀ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମୁତୟନ ହେବେ ୨୫ପ୍ଲାଟୁନ୍‌ ଫୋର୍ସ ଓ ୭୦ଜଣ ବରିଷ୍ଠ ପୋଲିସ ଅଧିକାରୀ।ଆସନ୍ତାକାଲିପାଇଁ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରାଯାଇଛି। ଗତକାଲି ଶେଷ ହୋଇଛି ଫୁଲ ଡ୍ରେସ୍‌ ପରେଡ୍‌ ରିହରସଲ୍‌। ଏଥର ପୋଲିସର ୩ ବ୍ରାସବ୍ୟାଣ୍ଡକୁ ମିଶାଇ ୧୦ଟି କଣ୍ଟିଜେନ୍‌ ଅଂଶଗ୍ରହଣ କରିବେ। ସପ୍ତମ ବାଟାଲିୟନ୍‌ ସମେତ CRPF , ଏସ୍‌ଓଜି, ଅଗ୍ନିଶମ ଟିମ୍‌, ଓଡ୍ରାଫ୍‌ , ଏସ୍‌ଏସ୍‌ ବାଟାଲିୟନ୍‌ , ଓଏସ୍‌ପି ବାଟାଲିୟନ ଭଳି କଣ୍ଟିଜେନ୍ସ ଏଥର ପରେଡ୍‌ରେ ଅଂଶଗ୍ରହଣ କରିବେ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments (0)
Add Comment