ନୂଆଦିଲ୍ଲୀ: ଶୁକ୍ରବାର ଷ୍ଟକ୍ କାରବାର ବନ୍ଦ ହେବା ବେଳକୁ ସେନସେକ୍ସ ହ୍ରାସ ପାଇଥିବା ବେଳେ ଆଜି ମାର୍କେଟ ଖୋଲିବା ପରେ ସେନସେକ୍ସ ଉପରମୁହାଁ ହୋଇଥିବା ବେଳେ ଷ୍ଟକ୍ ବଜାରକୁ ଫେରିଲା ଉତ୍ସାହ। ଭାରତ-ପାକ୍ ଯୁଦ୍ଧବିରତିର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ଦେଖିବାକୁ ମିଳିଥିବା ବେଳେ ସେନସେକ୍ସ ଖୋଲିବା ମାତ୍ରେ ୮୧,୦୦୦ ଉପରେ କାରବାର କରୁଥିବା ଦେଖାଯାଇଥିଲା। ଶୁକ୍ରବାର ଦିନ ଏକ ବଡ଼ ହ୍ରାସ ଦେଖିଥିବା ସେନସେକ୍ସ ଏବଂ ନିଫ୍ଟିରେ ସୋମବାର ଏକ ବଡ଼ ବୃଦ୍ଧି ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସୂଚକାଙ୍କ, ସେନସେକ୍ସ, ଖୋଲିବାର ଅଧ ଘଣ୍ଟା ପରେ ୨୨୮୭ପଏଣ୍ଟ ବୃଦ୍ଧି ସହିତ କାରବାର ଆରମ୍ଭ କରିଥିଲା। ଏହା ସହ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୬୯୧ପଏଣ୍ଟ ବୃଦ୍ଧି ପାଇଛି। ସୋମବାର ଦିନ ଷ୍ଟକ୍ ବଜାରରେ ଅଭିବୃଦ୍ଧି ଘଟିବ ବୋଲି ପୂର୍ବରୁ ଆଶା କରାଯାଉଥିଲା।